Odia News Portal

କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବାଙ୍କୀ ଅଖ ଚକ ବନ୍ଦ

ବାଙ୍କୀ: ବାଙ୍କୀରେ ଅଖ ଚକ ବନ୍ଦ । ସରପଞ୍ଚଙ୍କ ସ୍ୱାମୀ ଓ ଯୁବ ସାମ୍ବାଦିକଙ୍କୁ ହତ୍ୟା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହ ସମସ୍ତ ଛକରେ ଟାୟାର ଜାଳି ରାସ୍ତା ବନ୍ଦ କରିଛନ୍ତି ।

କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଉଛି । ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି କଂଗ୍ରେସ ।