Odia News Portal

ମାନସିକ ବିକାରଗ୍ରସ୍ତ ମହିଳା ରାସ୍ତା ଉପରେ ପ୍ରସବ

ଭଦ୍ରକ : ଦୁନିଆଁରେ ଏଭଳି ମାନବିକତା ହୀନ ଏବଂ ନୃସଂଶ ଲୋକ ଅଛନ୍ତି ଯେଉଁମାନେ ନିଜ କାମନାକୁ ଚରିତାର୍ଥ କରିବା ଲାଗି ଯେକୌଣସି ସ୍ତରକୁ ଯାଇ ପାରନ୍ତି । ତାର ଏକ କଳଙ୍କିତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକରେ । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବନ୍ତ ଛକ ଠାରେ ଜଣେ ମାନସିକ ଭିନ୍ନକ୍ଷମ ମହିଳା ଏକ ଶିଶୁପୁତ୍ରକୁ ରାସ୍ତା କଡ଼ରେ ଜନ୍ମ ଦେଇଥିଲେ । ପ୍ରସବ କଲା ବେଳେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।

ସ୍ଥାନୀୟ କିଛି ଲୋକ ଓ ସଂଗଠନର କର୍ମକର୍ତ୍ତା ଏହାକୁ ଦେଖି ତୁରନ୍ତ ଆମ୍ବୁଲାନ୍ସ ଡାକି ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ଉଭୟ ମାଓ ପୁଅ ସୁସ୍ଥ ଅଛନ୍ତି । ତେବେ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ମହିଳା ଜଣକ ପିଲାକୁ ନିଜ କ୍ଷୀର ପିଆଇ ପାରୁନାହାନ୍ତି । ଭଦ୍ରକ ଶିଶୁ କଲ୍ୟାଣ ସମିତି ପକ୍ଷରୁ ପିଲାଟିର ଦାୟିତ୍ୱ ନିଆଯାଇଛି ।