Odia News Portal

ତେଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ତାମିଲନାଡୁର ରାଜଧାନୀ ଚେନ୍ନାଇ ନିକଟସ୍ଥ ମାଧବରାମ ଅଞ୍ଚଳରେ ଶନିବାର ଏକ ତେଲ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ୧୨ ଜଣ ଦମକଳ କର୍ମୀ ମଧ୍ୟ ଏହାକୁ ସମ୍ପୂର୍ଣ୍ଣଭାବେ ଆୟତ କରିପାରିନାହାନ୍ତି। ଏବେ ବି ଜଳୁଛି ଗୋଦାମ।

ଘଟଣାକୁ ଏତେ ସମୟ ବିତିଥିଲେ ମଧ୍ୟ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ଏହି ଘଟଣାରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିପାରିନାହିଁ।