Odia News Portal

ମୁଁ ଅସୁସ୍ଥ ଅଛି କିନ୍ତୁ ଦୁର୍ବଳ ନୁହେଁ : ସୋଫିୟା

ବରେଲି : ଦୃଢ ଇଚ୍ଛାଶକ୍ତି ଆଗରେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରିଥାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲିରେ ରହୁଥିବା ୧୬ ବର୍ଷୀୟ ସୋଫିୟା ଜାଭେଦଙ୍କ କ୍ଷେତ୍ରରେ, ଯିଏକି ଫୁସଫୁସ୍ ଜନିତ ରୋଗରେ ପୀଡିତ ଅଛନ୍ତି। ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସତ୍ବେ ମଧ୍ୟ ନିଜ ସହିତ ଅକ୍ସିଜେନ୍ ସିଲିଣ୍ଡର ନେଇକି ହାଇସ୍କୁଲ ପରୀକ୍ଷା ଦେଉଛନ୍ତି। ସୋଫିଆଙ୍କ କହିବା ଅନୁସାରେ, ମୁଁ ଅସୁସ୍ଥ ଅଛି କିନ୍ତୁ ଦୁର୍ବଳ ନୁହେଁ। ମନ ଭିତରେ ଏବେ ବି ଶକ୍ତି ରହିଛି।

ମଜବୁତ ଇଚ୍ଛାଶକ୍ତି ରଖିଥିବା ସୋଫିଆ ନିଜର ରୋଗ ଆଗରେ ହାର ମାନିନାହାନ୍ତି। ସେ ହାଇସ୍କୁଲ ପରୀକ୍ଷା ଦେଉଛନ୍ତି। ପରିବାର ଲୋକ ଅକ୍ସିଜେନ୍ ସିଲିଣ୍ଡର ସହିତ ତାଙ୍କୁ ପରୀକ୍ଷା କେନ୍ଦ୍ରରେ ପହଁଞ୍ଚାଇ ଦେଇଥାନ୍ତି। ସୋଫିଆଙ୍କ ଏହି ସାହାସକୁ ସ୍କୁଲ କର୍ତ୍ତୁପକ୍ଷ ଓ ଅଧିକାରୀମାନେ ପ୍ରଂଶସା କରୁଛନ୍ତି।

ବରେଲି ଜିଲ୍ଲାର ଶାହବାଦରେ ରହୁଥିବା ଛାତ୍ରୀ ସୋଫିଆ ଗତ ୫ ବର୍ଷ ହେବ ଫୁସଫୁସ ଜନିତ ରୋଗରେ ପୀଡିତ ଅଛନ୍ତି। ଏହା ସହିତ ସେ ଟିବି ରୋଗରେ ମଧ୍ୟ ପୀଡିତ। ଫୁସଫୁସ୍ ଦୁର୍ବଳ ହେବା କାରଣରୁ ଡାକ୍ତରମାନେ ତାଙ୍କୁ ୨୪ ଘଣ୍ଟା ଅକ୍ସିଜେନ୍ ସାଙ୍ଗରେ ନେଇ ଯିବାକୁ ପରାମର୍ଶ ଦେଇଛନ୍ତି ଓ ଏହାର ସାହାରାରେ ଗତ ୧ ବର୍ଷ ହେବ ସୋଫିଆ ବଞ୍ଚି ରହିଛନ୍ତି।

ସୋଫିଆ  ଏଥର  ହାଇସ୍କୁଲ ପରୀକ୍ଷାରେ ପ୍ରାଇଭେଟ୍ ଫର୍ମ ଭରିଥିଲେ। ଯେତେବେଳେ ପରୀକ୍ଷା ଦେବାର ସମୟ ଆସିଥିଲା ସେ ଚିନ୍ତା ପଡିଯାଇଥିଲେ। କାରଣ ୩ ଘଣ୍ଟା କାଳ ଅକ୍ସିଜେନ୍ ସିଲିଣ୍ଡର ସାହାର୍ଯ୍ୟରେ ପରୀକ୍ଷା ଦେବା ସମ୍ଭବ ନଥିଲା। ତେବେ ଘର ଲୋକ ତାଙ୍କର ଉତ୍ସାହ ବଢାଇବା ସହ ପରୀକ୍ଷା ଦେବାରେ ତାଙ୍କର ସାହାସ ବଢାଇଥିଲେ ।