Odia News Portal

ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର

ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର । ବିଶେଷଜ୍ଞଙ୍କ ମତ ନିଆଯାଇ ଗର୍ଭ ଗୃହର ବାଲି କଢାଯିବ । କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଗତ ୨ ଦିନ ଧରି ଚାଲିଥିବା କୋଣାର୍କ ମନ୍ଦିର ସଂରକ୍ଷଣ ନେଇ ଜାତୀୟ ସ୍ତରର ଆଲୋଚନା ହୋଇଛି । ପୂର୍ବରୁ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ନେଇ ବହୁବାର ଆଲୋଚନା ହୋଇଛି । ହେଲେ ଏଥିରେ କୌଣସି ସୁଫଳ ମିଳିନାହିଁ ।

ଆଜିର ବୈଠକରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସମେତ ସିବିଆରଆଇ ନିର୍ଦ୍ଦେଶକ, ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ୱାର୍କିଂ କମିଟିର ସଦସ୍ୟଙ୍କ ସମେତ ପ୍ରତ୍ନତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ଅଧିକାରୀମାନେ ଯୋଗଦେଇ ନିଜ ନିଜର ମତ ରଖିଥିଲେ । କୋଣାର୍କର ସଂରକ୍ଷଣ ପାଇଁ ସରକାର ସବୁବେଳେ ତତ୍ପର । ଏଠାରୁ ବିଦେଶକୁ ଯାଇଥିବା ମୂର୍ତ୍ତି ଗୁଡ଼ିକୁ ଫେରାଇ ଆଣିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।