Odia News Portal

ମହାପ୍ରଭୁ ଲିଙ୍ଗରାଜ ରହିଲେ ଉପାସ, ଦର୍ଶନ ନ ପାଇ ଫେରିଲେ ଶ୍ରଧାଳୁ

ଭୁବନେଶ୍ୱର : ତୁଟିଲାନି ସେବାୟତ ବିବାଦ । ଲିଙ୍ଗରାଜଙ୍କ ବନ୍ଦ ହୋଇଛି ସମସ୍ତ ନିତି କାନ୍ତି । ପ୍ରଶାସନ ଲିଖିତ ଆକାରରେ ନଦେଲେ ମଙ୍ଗଳ ଆଳତିରୁ ସେବା ଦନ୍ଦର ଧମକ ଦେଇଥିଲା ସେବାୟତ ନିଯୋଗ ।ଏ ପଟେ ୧୫ ଦିନର ମହଲତ ମାଗିଥିଲା  ମନ୍ଦିର ପ୍ରଶାସନ । ଦିର୍ଘ ୫ ବର୍ଷ ହେବ ଲିଙ୍ଗରାଜ ଙ୍କର ହାଣ୍ଡି ଭଙ୍ଗା ଯାତ ବନ୍ଦ ହୋଇ ରହିଛି । ସେବାୟତ ଙ୍କ ମଧ୍ୟରେ ବିବାଦ ଥିବାରୁ ହାଇକୋଟ ରେ କେସ ଯାଇ ପହଞ୍ଚିଛି । ଶିବରାତ୍ର ଯିବାର ପ୍ରଥମ ଶନିବାର ଏହି ହାଣ୍ଡି ଭଙ୍ଗ ଯାତ ହୋଇଥାଏ । ଏନେଇ ୨୪ ତାରିଖ ରେ ଏଣ୍ଡୋମେଣ୍ଟ କମିସନରଙ୍କୁ ଅବଗତ କରାଇଥିଲେ ସେବାୟତ ନିଯୋଗ । ଏହାପରେ ଗତକାଲି ଜିଲ୍ଲାପାଳ ଓ ନିତି ନିଯୋଗ, ଗତୁ ନିଯୋଗ, ପୁଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ଆଲୋଚନା କରାଯାଇ ଥିଲା । ସେବାୟତ ମାନେ ଧମକ ଦେଇଥିଲେ ୧୨ ଘଣ୍ଟା ମଧ୍ୟରେ  ଲିଖିତ ଆକାର ରେ ନ ଦେଲେ ସେବା ବନ୍ଦ କରାଯିବ । ଆଜ ପ୍ରଶାସନ କିଛି ଲିଖିତ ନ ଦେବା ବା ସମାଧାନ ର ବାଟ ନ କାଢିବାରୁ , ମଙ୍ଗଳା ଆଳତି ରୁ ସେବା ବନ୍ଦ କରିଛନ୍ତି ସେବାୟତ ନିଯୋଗ । କିଛି ସେବାୟତ ଓ ମନ୍ଦିର ପ୍ରଶାସନର ମଧୁ ଇନ୍ଦ୍ରିକା ନେଇ ଏସବୁ ସମସ୍ୟ. ର ସମାଧାନ ହେଇ ପାରୁ ନଥିବାର ଦୋଷ ଦେଉଛି ବ୍ରାହ୍ମଣ ନିଯୋଗ ।
ଏପଟ ମହା ପ୍ରଭୂ ଶ୍ରୀ ଲିଙ୍ଗରାଜ ସଖାଳ ନିତି ମଙ୍ଗଳ ଆଳତି ରୁ ସମସ୍ତ ସେବ ପାଇ ନାହାନ୍ତି। ବିବାଦ ନ ତୁଟିଲେ ଯାଏ ସେବା ପାଇବେନି ମହାପ୍ରଭୂ ଲିଙ୍ଗରାଜ । ରାଜ୍ୟ ତଥା ରାଜ୍ୟ ବାହାର ରୁ ଆସିଥିବା ଶ୍ରଧାଳୁ ମାନେ ଦର୍ଶନ ନ ପାଇ ଅସୋନ୍ତସ ପ୍ରକାଶ କରିଛନ୍ତି । ଗୋଟେ ପଟେ ସେବାୟତ ଓ ପ୍ରଶାସନର ବିବାଦ ନ ତୁଟିବା ଓ ଅନ୍ୟପଟେ ମହାପ୍ରଭୂ ଲିଙ୍ଗରାଜ ଙ୍କର  ନିତି ବନ୍ଦ କରିବା ସବୁ ମହଲରୁ ଏ ଘଟଣାକୁ ନିନ୍ଦା କରାଯାଇଛି