Odia News Portal

କଳିଙ୍ଗ କ୍ରୀଡ଼ା ପରିଷଦ ତରଫରୁ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ବର : କରୋନା ମୁକାବିଲାର ଅନ୍ୟତମ ଯୋଦ୍ଧା ତଥା ୪୦ ଜଣ ସଫେଇ କର୍ମଚାରୀଙ୍କୁ ସଙ୍ଗଠନ ତରଫରୁ ପୁଷ୍ପ ମାଲ୍ୟ ଅର୍ପଣ କରି ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି , କରୋନାକୁ ହରେଇବାକୁ ହେଲେ ସ୍ଵଛତା ଏକ ମାଧ୍ୟମ ଯାହାକି ଆପଣ ମାନଙ୍କ ଭଳି ସ୍ଵଛତା ବନ୍ଧୁଙ୍କ ଯୋଗୁଁ ସମ୍ଭବପର ହୋଇପାରୁଛି , ପରୋକ୍ଷରେ ଆପଣ ମାନେ ଆମକୁ ଏହି ମହାମାରୀର ସୁରକ୍ଷା କବଚ ସାଜି ଯୋଦ୍ଧାର ଭୂମିକା ତୁଲାଉଛନ୍ତି ବୋଲି ସଙ୍ଗଠନ ସଭାପତି ଅର୍ଜୁନ ବେହେରା କହିଛନ୍ତି । ପରିଷଦର ସଭାପତି ଓ ବରିଷ୍ଠ ନାଗରିକ ଅଶ୍ୱିନୀ ଦେବତା ସଫେଇ ବନ୍ଧୁ ମାନଙ୍କୁ ପୁଷ୍ପ ମାଲ୍ୟ ଦେଇ ସମ୍ମାନିତ କରି ଶୁଖିଲା ଖାଦ୍ୟ ସାମଗ୍ରୀ (ଚାଉଳ,ଡାଲି,ଅଟା,ଆଳୁ,ପିଆଜ, ଷୋରିଷ ତେଲ ) ଆଦି ପ୍ୟାକେଟ ବଣ୍ଟନ କରିଥିଲେ ଏବଂ ୩୭ ନଂ ୱାର୍ଡର ୧୫୦ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ।

ବିଶେଷ କରି ରାସନ୍ କାର୍ଡ ନଥିବା ଲୋକଙ୍କୁ ସହଯୋଗ ଯୋଗାଇ ଦେବା ପାଇଁ ସଙ୍ଗଠନ ଅଧିକ ପ୍ରାଧାନ୍ୟ ଦେଉଛି । ଲକ୍ ଡାଉନର ଏଭଳି କରାଳ ସ୍ଥିତିରେ କିଛି ପରିବାରର ଭୋକ ଲାଘବ କରିବାକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆଗ୍ରହ ଓ କ୍ରୀଡ଼ା ପରିଷଦର ଚେଷ୍ଟା ଯାରିରହିଛି , ସମାଜସେବୀ ସୁବ୍ରତ ଛାଟୋଇ , ସୁଶାନ୍ତ ସାହୁ , ପବିତ୍ର ବେହେରା , ଶଶୀ କୁମାର ସାହୁ , ବିଦେଶୀ ବେହେରା ଓ ମଳୟ ପାଣିଗ୍ରାହୀ , ହେଲଥ ଭିଲେଜର ଡାକ୍ତର ବନ୍ଧୁ ଏବଂ ପ୍ରୟାସ ଟ୍ରଷ୍ଟ ସହଯୋଗରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ଜାରି ରହିଛି ।

କ୍ରୀଡ଼ା ପରିଷଦ ସମ୍ପାଦକ ମନୋରଞ୍ଜନ ବେହେରା ସଦସ୍ୟ ମହେଶ୍ବର , ରାକେଶ , ପ୍ରଭୁଦତ୍ତ ସାମଲ , ନିହାର ରଞ୍ଜନ , ଅବିନାଶ , ଅବନୀ , ଅନୀଲ ,ବାପୁନ , କାଲୁ , ଯୁବକ ବନ୍ଧୁଙ୍କ ତତ୍ୱାବଧାନରେ ବଣ୍ଟନ କାର୍ଯ୍ୟ ଜାରି ରହିଛି ,ଆଗକୁ ରାଶନ କାର୍ଡ ଓ ବିଭିନ୍ନ ସରକାରୀ ସୁଯୋଗ ଲାଭରୁ ବଞ୍ଚିତ ଓ ଆର୍ଥିକ ଅବସ୍ଥା ସ୍ଵଛଳ ନଥିବା ଲୋକଙ୍କୁ ଖୋଜି ଯଥା ସମ୍ଭବ ସହଯୋଗ କରିବାକୁ ସଙ୍ଗଠନ ଲକ୍ଷ ରଖିଛି ।