Odia News Portal

କ୍ୟାପିଟାଲ ହସ୍ପିଟାଲରେ ଅନନ୍ତଙ୍କୁ ଦେଖା କଲେ ନବୀନ

ଭୁବନେଶ୍ୱର : ଗତକାଲି ପୂର୍ବତନ ମେୟର ତଥା ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରକୁ ହୋଇଥିବା ବୋମା ମାଡ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି । ଅନନ୍ତଙ୍କୁ ନବୀନ ସାକ୍ଷାତ କରି ଡାକ୍ତରଙ୍କଠୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି । ବର୍ତ୍ତମାନ ଆଇସିୟୁରେ ଚିକିତ୍ସାଧିନ ଅଛନ୍ତି ଅନନ୍ତ । ତେବେ ଗତକାଲି ଝାରପଡା କେନାଲ ରୋଡ ନିକଟରେ ଅନନ୍ତଙ୍କ ଗାଡି ଉପରକୁ ବୋମା ମାଡ ହୋଇଥିଲା । ଫଳରେ ଅନନ୍ତ ଓ ତାଙ୍କ ସହଯୋଗୀ ଆହତ ହୋଇଥିଲେ ।