Odia News Portal

ଆଜି ରାତି ୧୦ଟାରୁ ଏହି ୩ଟି ଜିଲ୍ଲାରେ ୬୦ ଘଣ୍ଟା ସଟଡାଉନ୍

ଭୁବନେଶ୍ୱର : ୬୦ ଘଣ୍ଟା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସଟଡାଉନ୍ । ଆଜି ରାତି ୧୦ଟାରୁ ରବିବାର ୨୬ ତାରିଖ ସକାଳ ୧୦ଟା ଯାଏଁ ୬୦ ଘଣ୍ଟା ସଟଡାଉନ୍ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

୫ ଦିନ ଭିତରେ ଲଗାତ ଏହି ଜିଲ୍ଲାରେ କରୋନା ପଜିଟିଭ୍ ମାମଲା ବୃଦ୍ଧି ପାଇଛି । ନିଶ୍ଚିତ ଭାବେ ଏହା ଅତି ସଙ୍ଗୀନ ସ୍ଥିତିରେ ପହଞ୍ଚିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି ।