Odia News Portal

ଚନ୍ଦ୍ରଗିରିରେ ରହୁଥିବା ତିବତିଆନମାନଙ୍କୁ ସହାୟତାର ହାତ ବଢ଼ାଇଲା କିଟ୍ ଓ କିସ୍

ଭୁବନେଶ୍ବର : ଲକଡାଉନ ସମୟରେ କେହି ଗରିବ ଅସହାୟ କିମ୍ବା ବୁଲା ପଶୁ ଭୋକିଲା ନରହୁ ଏଥିପାଇଁ କିଟ୍ ଓ କିସ୍  ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି। କିଭଳି ଭାବରେ ଏହି ଘଡିସନ୍ଧି ମୁହୁର୍ତ୍ତରେ ଉପବାସରେ ନ ରହୁ ସେଥିପାଇଁ କିଟ୍ ଓ କିସ୍ ର କର୍ମକର୍ତ୍ତାଙ୍କ ଦ୍ୱାରା ରାସ୍ତାରେ ବୁଲୁଥିବା ବୁଲା ପଶୁମାନଙ୍କୁ ଲକଡାଉନ ଆରମ୍ଭରୁ ଖାଇବା ଯୋଗାଇ ଆସୁଛନ୍ତି।

ଏହି କ୍ରମରେ ଆଜି ଗଜପତି ଜିଲ୍ଲାର ଚନ୍ଦ୍ରଗିରିରେ ରହୁଥିବା ତିବତିଆନ ସମ୍ପ୍ରଦାୟର ବୌଦ୍ଧ ଧର୍ମାଲମ୍ବିମାନଙ୍କୁ ଖାଦ୍ୟପେୟ ଓ ସାନିଟାଇଜର ଇତ୍ୟାଦି ପ୍ରଦାନ କରାଯାଇଥିଲା ।ଯଦି ଓ କୋଭିଡ-19 ଓଡ଼ିଶାରେ ଏହିଭଳି ଉପାନ୍ତ ଇଲାକାରେ ଏତେ ମାତ୍ରାରେ ଭୟଙ୍କର ରୂପ ନେଇ ନାହିଁ ତଥାପି ଏହାଠାରୁ ଆଗୁଆ ସତର୍କ ରହିବ ଉଚିତ ବୋଲି ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଟ୍ୱିଟ ଯୋଗେ କହିଛନ୍ତି।