Odia News Portal

ଓଡ଼ିଶା ସରକାରଙ୍କ ଫୋକସରେ ପଡ଼ୋଶୀ ରାଜ୍ୟର ସୀମାନ୍ତ ଜିଲ୍ଲା

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ଫୋକସରେ ପଡ଼ୋଶୀ ରାଜ୍ୟର ସୀମାନ୍ତ ଜିଲ୍ଲା । ସୀମାନ୍ତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ଝାଡଖଣ୍ଡ ସୀମାବର୍ତ୍ତି ଜିଲ୍ଲା ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ବିଶେଷକରି ଗତକାଲି ଆନ୍ଧ୍ରରେ ଗୋଟିଏ ଦିନରେ ୬୧ ନୂଆ କରୋନା ପଜିଟିଭ୍‌ ବାହରିବା ପରେ ସରକାର ସଜାଗ । ଶ୍ରୀକାକୁଲମ୍‌, ବିଜୟନଗରମ୍‌ ଓ ବିଶାଖାପାଟଣା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଏବେ ସରକାରଙ୍କ ଟାର୍ଗେଟରେ ଓଡ଼ିଶା ସୀମାରେ ଥିବା ସମସ୍ତ ପ୍ରବେଶ ପଥ ।

ପୁର୍ବରୁ ସୀମା ସିଲ୍‌ ହୋଇଥିବା ବେଳେ ଏବେ ଗଳାବାଟ ବି ବନ୍ଦ ରହିଛି । ଗଳାବାଟ ଦେଇ ପଶ୍ଚିମବଙ୍ଗରୁ ଓଡ଼ିଶା ଭିତରକୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଛି । ପଶ୍ଚିମବଙ୍ଗ ସହ ଓଡ଼ିଶାର ଜଳସୀମା ବି ଲାଗିଛି । ଏସବୁ ପଥରେ ବି ପୋଲିସ କଡ଼ା ପହରା ଲାଗିଛି । ସେହିଭଳି ମୟୂରଭଞ୍ଜକୁ ରହିଥିବା ସମସ୍ତ ୨୨ଟି ରାସ୍ତାକୁ ବାରିକେଡ ଦେଇ ସିଲ୍‌ କରାଯିବା ସହ କଡା ନଜର ରଖାଯାଇଛି ।