Odia News Portal

ତ୍ରିବେଣୀ କପ୍ ଦ୍ଵିତୀୟ ଦିନରେ ୬ଟି ମ୍ୟାଚ

ଭୁବନେଶ୍ବର : ସ୍ଥାନୀୟ ଆଇଆରସି ଭିଲେଜ୍ ଏଲ୍ ଏଲ୍ ସିସି ପଡ଼ିଆ ରେ ଚାଲିଥିବା ତ୍ରିବେଣୀ କପ୍ ଟେନିସ୍ ବଲ୍ କ୍ରିକେଟ୍ ର ତ୍ରୟୋଦଶ ସଂସ୍କରଣ ଶୁକ୍ରବାର ୬ଟି ଖେଳାଯାଇଛି ୱେଷ୍ଟଇଣ୍ଡିଜ ୧୪ରନ୍ ରେ ଡ଼େୟାରବୁଲ୍ସକୁ, ସାଇ ଓରିୟର୍ସ ୮ ୱିକେଟରେ ଏମଵିସିସିକୁ, କୋହିନୁର ୪ରନ୍ ରେ ଲାଲ ଵାହାଦୂରକୁ, ଲାଇଫଲାଇନ୍୪୧ ରନ୍ ରେ ମଡର୍ଣ୍ଣ ଷ୍ଟାରକୁ ଜେଏମଡି ୭ୱିକେଟ ରେଏମ୍ ସିଟିକୁ, ସହିଦ ନଗର ୫୩ ରନ୍ ରେ ଲଗାନ ଫାଇଟର୍ସକୁ ପରାସ୍ତ କରିଥିଲା । ସନ୍ତୁ, ବୁଲୁ, ଅମିତ, ବଵୁଲୁ, ଜିନୁ, ଭିକି ଏହି ମ୍ୟାଚ୍ ଗୁଡିକରେ ଯଥାକ୍ରମେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଶୁକ୍ରବାର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ସୁରେଶ କୁମାର ରାଉତରାୟ ଓ ତ୍ରିବେଣୀ ଗ୍ରୁପ୍ ଅଫ୍ କମ୍ପାନୀର ନିର୍ଦ୍ଦେଶକ ସାଗର ରଂଜନ ସ୍ବାଇଁ ଅତିଥିଭାବେ ଯୋଗ ଦେଇଥିଲେ ।