Odia News Portal

ଅତ୍ୟଧିକ ପ୍ରଚାର ପ୍ରସାର ସାଇଡ ଇଫେକ୍ଟସ ନିର୍ବାଚନ ୨୦୧୯ ଵିଷୟରେ ଆସନ୍ତୁ ଜାଣିବା

ଭୁବନେଶ୍ବର : ( ଚକ୍ରଧର ମାଝି )  ରାଜ୍ୟରେ ନିର୍ବାଚନର ପ୍ରଚାର ପର୍ବ ଶେଷ ହୋଇଛି । ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ସମର୍ଥକଙ୍କୁ ସାଥିରେ ନେଇ ବିରାଟ ରାଲି, ରୋଡ ଶୋ ଓ ଶୋଭାଯାତ୍ରା ମାଧ୍ୟମରେ ଭୋଟରଙ୍କୁ ଆକର୍ଷିତ କରିଛନ୍ତି । ପରିଣାମ କଣ ହେବ ଓ କିଏ ଜିତିବ କିଏ ହାରିବ ଜନତା ଜନାର୍ଦନ କିମ୍ଭା ସମୟ କହିବ ।

କିନ୍ତୁ ଗୋଟେ କଥା ମୋର ହଜମ ହେଉନି, ଜଣେ ଭୋଟର ସାଧାରଣ ଭୋଟରଟିଏ ହୋଇ କାହିଁକି ରହୁନି । ସାଧାରଣ ଭୋଟର ଅର୍ଥ ନାଁ ମୁଁ ଅମୁକ ଦଳର ନାଁ ସମୁକ ଦଳର । ମୁଁ ଭୋଟର, ଯେଉଁ ପ୍ରାର୍ଥି ଭଲ ରାଜ୍ୟ ଜିଲ୍ଲା ଓ ନିଜ ଅଞ୍ଚଳ ପାଇଁ କାମ କରିବ ମୁଁ ତାକୁ ମୋର ବହୁ ମୂଲ୍ୟବାନ ଭୋଟ ଖଣ୍ଡିକ ଦେବି । ସାଧାରଣ ଜନତା ସବୁ ଜାଣିଶୁଣି ଭକୁଆ ପରି ରାଜନେତାଙ୍କ ପଛରେ ବୁଲିବା ଆବଶ୍ୟକ ଅବା କଣ ?

ନିର୍ବାଚନ ନସରୁଣୁ ସିମେଣ୍ଟ ବସ୍ତା ଉପରେ ୭୦ରୁ ୮୦ଟଙ୍କା ମୂଲ୍ୟ ବୃଦ୍ଧି, ସେହିପରି ରଡ୍ ମୂଲ୍ୟ କ୍ବିଣ୍ଟାଲା ପିଛା ୧୦୦ ରୁ ୧୫୦ ଟଙ୍କା ବୃଦ୍ଧି । ପେଟ୍ରୋଲ ଦର ବି ଆସନ୍ତା କିଛିଦିନ ଭିତରେ ୧୦ରୁ ୧୫ଟଙ୍କା ବୃଦ୍ଧି ହେବ ବୋଲି ଖବର ଆସୁଛି । ଏସବୁ କହିବା ଅର୍ଥ ଥରୁଟିଏ ନିର୍ବାଚନ ହେଲେ ଦେଶର ଅର୍ଥନିତି ଉପରେ ଅନେକ ପ୍ରଭାବ ପଡିଥାଏ । ଲକ୍ଷ ଲକ୍ଷ କୋଟି ଟଙ୍କା ପ୍ରତ୍ୟେକଟି ଦଳ ନିଜ ନିଜ ଆଶାୟୀ ପ୍ରାର୍ଥିଙ୍କୁ ଜିତାଇବା ପାଇଁ ଓ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଖର୍ଚ କରିଥାନ୍ତି । ଏହା ପରେ ବି ବ୍ୟାନର, ପ୍ରଚାର, ଇଲୋକ୍ଟ୍ରୋନିକ୍ସ ମିଡିଆ , ପ୍ରିଣ୍ଟ ମିଡିଆ , ସୋସିଆଲ ମିଡିଆ, ଫୋନ୍ କଲ୍, ଟେଷ୍ଟ ମେସେଜ, ସାଉଣ୍ଡ, ରାଲି, ସଭା ସମିତି, ରୋଡ ସୋ, କ୍ୟାମ୍ପେନିଙ୍ଗ ବହୁତ କିଛି ଉପାୟ ଆପଣେଇଥାନ୍ତି । ଏତେସବୁ କାମ ବିନା ଟଙ୍କାରେ ହୋଇ ପାରେନି । ଏଥିପାଇଁ ପ୍ରତ୍ୟେକଟି ଦଳ ବିଭିନ୍ନ ଜରିଆରେ ଟଙ୍କା ସଂଗ୍ରହ କରିଥାନ୍ତି । ଯେଉଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ ହୁଏ, ପରବର୍ତି ପାଞ୍ଚବର୍ଷ ପର୍ଯ୍ୟନ୍ତ ଆମେ ସାଧାରଣ ଭୋଟର ବା ଜନତା ସେହି ଟଙ୍କାକୁ ଭରଣା କରିଥାଉ ।

ଜଣେ ପ୍ରାର୍ଥି ରାଲି ପାଇଁ ସର୍ବନିମ୍ନ ୫୦୦ ଟି ମୋଟର ସାଇକେଲ, ୫୦ଖଣ୍ଡ ଚାରିଚକିଆ ଯାନ, ଦୁଇ ତିନିଖଣ୍ଡି ଶୀତତାପ ନୀୟନ୍ତ୍ରୀତ ବାହାନ, ଡିଜେ, ଭୋଜିଭାତ, ମଦ, ମାସଂର ଆବଶ୍ୟକ ପଡିଥାଏ । ଏତେ ସଂଖ୍ୟକ ଯାନ ପାଇଁ ଇନ୍ଧନ ଆବଶ୍ୟକ ହୋଇଥାଏ, ପରିବେଶ ପ୍ରଦ୍ୟୁଷଣ ହୁଏ, ଶବ୍ଦ ପ୍ରଦ୍ୟୁଷଣ ହୁଏ, ମଦ ପିଇବା ପରେ ସାଧାରଣ ଲୋକଟିଏ ନିଜସ୍ବ ଭୁଲି ଗଣ୍ଡଗୋଳ ଝଗଡା ଅନେକ କିଛି ଅସୁବିଧା ସୃଷ୍ଟି କରିଥାନ୍ତି । ରାଲି ଯାଉଥିବା ବେଳେ ସାଧାରଣ ଜନତା ମଧ୍ୟ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ରୋଗୀଟିଏ ଆମ୍ବୁଲାନ୍ସ ଯୋଗେ ଯାଉଥିବାରୁ ତତ୍କାଳ ଚିକିତ୍ସା ପାଇବାରୁ ବଞ୍ଚିତ ହୁଏ କିମ୍ଭା ଶେଷ ନିଶ୍ବାସ ତ୍ୟାଗେ। ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ପ୍ରତ୍ୟେକ ସ୍ତରର ଲୋକମାନେ ହୋଇଥାଆନ୍ତି ।

ଯଦି ନିର୍ବାଚନ କମିସନର ନିର୍ବାଚନର ପ୍ରଚାର ପ୍ରସାର ରାଲିରେ ସାଧାରଣ ଜନତାଙ୍କୁ ସାମିଲ ନକରାନ୍ତେ ତେବେ ବହୁତ ଗୁଡିଏ ଅସୁବିଧାରୁ ମୁକୁଳି ପାରନ୍ତେ । ନୀୟମଗତ ନିର୍ଧିଷ୍ଟ ପରିମାଣରେ ସମସ୍ତ ଦଳଙ୍କୁ ସଭା ଯୋଗେ ଲୋକମାନଙ୍କ ନିକଟରେ ପହଞ୍ଚିବା ପାଇଁ ଆଦେଶ ମିଳନ୍ତା । ଆଜିକା ଦିନରେ ଭିଡିଓ କନଫ୍ରେନ୍ସ ର ବି ସୁବିଧା ଅଛି, ଭିଡିଓ କନଫ୍ରେନ୍ସ ଯୋଗେ ଲୋକମାନଙ୍କୁ ରାଜନୈତିକ ଦଳମାନେ ସମ୍ବୋଧନ କରି ଆସନ୍ତା ପାଞ୍ଚବର୍ଷର କାର୍ଯ୍ୟ ପ୍ରଣାଳୀ ଅବଗତ କରାନ୍ତେ । ରାଲିରେ କେବଳ ପ୍ରାର୍ଥୀ ଓ ଅଳ୍ପକିଛି ସହଯୋଗୀ (ଗୋଟିଏ ଦୁଇଟି ଚାରିଚକିଆ) ମିଶି ନିଜର ପ୍ରଚାର ପ୍ରସାର ଓ ଇସ୍ତାହାର ବାଣ୍ଟନ୍ତେ ତେବେ ଅନେକ ଗୁଡିଏ ଖର୍ଚ ସହିତ ଅସୁବିଧାର ଆମେ ମୁକୁଳି ପାରନ୍ତେ । ଏତଦବ୍ୟତୀତ ସାଧାରଣ ଜନତାଙ୍କ ମନରେ ଦଳୀୟ ଦୃଷ୍ଟିକୋଣ ରହନ୍ତାନି, ନିଜ ନିଜ ଭିତରେ ମନୋମାଳିନ୍ୟ ସୃଷ୍ଟି ହୁଅନ୍ତାନି । ସାଧାରଣତଃ ପ୍ରାର୍ଥିମାନେ ଭୋଟରଙ୍କୁ କିଣିବା ପାଇଁ ଟଙ୍କା ପ୍ରଦାନ କରିଥାନ୍ତି, ସାଧାରଣ ଜନତା ଯଦି ନିର୍ବାଚନ ପ୍ରଚାର ଓ ପ୍ରସାରରେ ସାମିଲି ନହେବେ, ତେବେ ଭୋଟ କିଣାବିକା ବି କମିଯାଆନ୍ତା । ସାଧାରଣ ଜନତା କେବଳ ଜଣେ ସାଧାରଣ ଭୋଟରଟିଏ ହୋଇ ନିଜ ପସନ୍ଦର ପ୍ରାର୍ଥିଙ୍କୁ ମନୋନୀତ କରନ୍ତା