Odia News Portal

ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋପରେ ମାସ୍କ ବଣ୍ଟନ

ପୁରୀ : ମହାମାରୀ କରୋନା ସହ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକର ବିଜେଡ଼ିର ଛାମୁଆ ନେତା ମାନେ। ବୁଧୁବାର ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଗୋପ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ ସଭାପତି ବୈଲୋଚନ ସାହୁଙ୍କ ନେତୃତ୍ଵରେ ଗୋପ ଛକରେ ସାମାଜିକ ଦୂରତା ରକ୍ଷା ବିଷୟରେ ସଚେତନ କରିବା ସହିତ ଲୋକଙ୍କୁ ମାସ୍କ, ସାବୁନ୍ ଓ ସାନିଟାଇଜେସନ ବଣ୍ଟନ କରାଯାଇଥିଲା।

ଏଥିରେ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଶୀତାବ୍ ଆଲମ୍ ଶେଖ୍ (ଅଦୀବ୍), ଯୁବ ନେତୃତ୍ତ୍ଵ ଅମ୍ବିତ ସେନାପତି, ମାଇନାରୀଟି ସେଲର ଜିଲ୍ଲା ଉପସଭାପତି ଅବଦୁଲ ଖାନ, ଯୁବ ନେତୃତ୍ୱ ପ୍ରତାପ ପରିଡାଙ୍କ ସହିତ ୨୨ ଗୋଟି ୱାର୍ଡର ଅନ୍ୟ ବରିଷ୍ଠ, ଯୁବ ଓ ଛାତ୍ର ନେତୃତ୍ବ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଏଥି ସହିତ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଆରକ୍ଷୀ କର୍ମଚାରୀ, ଡାକ୍ତରଖାନା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ମାସ୍କ ଓ ସାନିଟାଇଜେସନ ପ୍ରଦାନ କରିଥିଲେ।