Odia News Portal

ନୀଳ ମାଧବ ପଣ୍ଡାଙ୍କ ଭିଡିଓ “ଆଉ କିଛି ଦିନ ପରେ” ଉନ୍ମୋଚିତ

ଭୁବନେଶ୍ୱର : କରୋନା ଭୂତାଣୁ ପ୍ରଭାବରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପରିପ୍ରେକ୍ଷୀରେ ଆଶା ଓ ଖୁସି ଉପରେ ପର୍ଯ୍ୟବେସିତ ଥିବା ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ସଦ୍ୟତମ ମ୍ୟୁଜିକ୍ ଭିଡିଓ “ଆଉ କିଛି ଦିନ ପରେ’କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଏହି ମ୍ୟୁଜିଓ ଭିଡିଓରେ ଆଗକୁ ଆସିଥିବାକୁ ଥିବା ସମୟ, ସମୟ ଯେତେବେଳେ ସ୍ୱାଭାବିକ ହୋଇଯିବ ଏବଂ ପୁଣି ଥରେ ଲୋକମାନେ ଯେଭଳି ଜୀବନର ପ୍ରତିଟି ମୂହୁର୍ତକୁ ଉପଭୋଗ କରିପାରିବେ ତାହାକୁ ଗୁରୁତ୍ୱ ଦିଆଯାଇଛି । ସର୍ବଜନୀନ ସ୍ୱାର୍ଥ ଦୃଷ୍ଟିରୁ ଏହି ମ୍ୟୁଜିଓ ଭିଡିଓକୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସମର୍ଥନ ଦେଇଛି । ଏହି ମ୍ୟୁଜିଓ ଭିଡିଓର ଲକ୍ଷ୍ୟ ହେଉଛି କୋଭିଡ୍‌-୧୯ ପରବର୍ତି ସମୟ ପାଇଁ ଏକ ସୁନ୍ଦର ଦୁନିଆର ଚିତ୍ରକୁ ଚାହିରହିବା ଲାଗି ଲୋକଙ୍କୁ ଉତ୍ସାହିତ କରିବା ।

ଏହି ମ୍ୟୁଜିଓ ଭିଡିଓ ଦର୍ଶକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇଛି ଓ ନିକଟ ଅତୀତରେ ଏହା ସବୁଠୁ ପ୍ରଭାବଶାଳୀ ଭିଡିଓ ଭାବେ ଉଭା ହୋଇଛି । ଗତକାଲି ମଧ୍ୟାହ୍ନରେ ଡିଜିଟାଲ୍ ମିଡିଆ ଏହାକୁ ରିଲିଜ୍ କରାଯିବାର ଛଅ ଘଂଟା ଭିତରେ ୨.୫ ନିୟୁତରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । ଟିଭି ଚ୍ୟାନେଲ୍‌ରେ ଅଗଣିତ ଦର୍ଶକ ଏହି ଭିଡିଓ ଦେଖୁଛନ୍ତି ।

“ଆଉ କିଛି ଦିନ ପରେ’ର ପରିକଳ୍ପନା, ପ୍ରଯୋଜନା ଏବଂ ନିର୍ଦେଶନା ଦେଇଛନ୍ତି ନୀଳ ମାଧବ ପଣ୍ଡା । ଗୀତକୁ ସେ ନିଜେ ରଚନା କରିଥିବା ବେଳେ ତାହାକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମ୍ ଆନନ୍ଦ ଏବଂ ଗାୟକ ହେଉଛନ୍ତି ସବିଶେଷ ଓ ଦୀପ୍ତିରେଖା । ଭିଡିଓର ଲାଇନ୍ ପ୍ରଡ୍ୟୁସର ହେଉଛନ୍ତି ସୁଶାନ୍ତ ଦାସ ମହାପାତ୍ର ଏବଂ ଏହାକୁ ଏଡିଟ୍ କରିଛନ୍ତି ସଂଗ୍ରାମ ଲେଙ୍କା । ଡିଓପି ହେଉଛନ୍ତ ବିଷ୍ପୁ ସୁବୁଦ୍ଧି, ପ୍ରଦୀପ ସାହୁ, ସଂଜିତ ରାଉତ ଓ ସମରେନ୍ଦ୍ର ଦାସ ।

ବିଜୟ ଲକ୍ଷ୍ମୀ ପ୍ରହରାଜ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପଦ୍ମଶ୍ରୀ ନୀଳ ମାଧବ ପଣ୍ଡା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅନୁଭବ ମହାନ୍ତି, ବର୍ଷା ପ୍ରୀୟଦର୍ଶୀନି, ବାବୁସାନ ମହାନ୍ତି, ଏଲିନା ସାମନ୍ତରାୟ, ଅର୍ଚ୍ଚିତା ସାହୁ, ସବ୍ୟସାଚୀ ମିଶ୍ର, ପ୍ରକୃତି ମିଶ୍ର, ଦୂତୀ ଚାନ୍ଦ, ଲିପ୍‌ସା ମିଶ୍ର, ପ୍ରଜ୍ଞା ଖଟୁଆ, କେ କେ, ପଦ୍ମିନୀ ରାଉତ, ସଞ୍ଜୟ ସିଙ୍ଗାର, ଲିସା ମିଶ୍ର ଓ ଇସିତା ସିଂହଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ଓ କଳାକାର ଏହି ମ୍ୟୁଜିକ୍ ଭିଡିଓରେ ଅଂଶଗ୍ରହଣ କରିଛନ୍ତି ।