Odia News Portal

ନିଆରା ଢଙ୍ଗରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଯାଜପୁର : ଲକଡାଉନ ସମୟରେ ଅନ୍ୟଙ୍କୁ ସାହାଯ୍ୟ କରିବାକୁ ଯାଇ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ସ୍ମୃତି ଉଦ୍ଦେଶ୍ୟରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା । ଯୋଦ୍ଧାଙ୍କୁ ପୁଷ୍ପଗୁଚ୍ଛ ବଦଳରେ ଶ୍ରୀଫଳ ପ୍ରଦାନ । ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା ବାରବାଟୀ ଜଳସେଚନ ଡାକବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଦେବୀପ୍ରସନ୍ନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରସୁଲପୁର ବିଡିଓ ଉମାକାନ୍ତ ପରିଡା, ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ, ରସୁଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ସୁଧିର ସାହୁ, ସାମ୍ବାଦିକ ରଂଜିତ୍ କୁମାର ରାଉତ ପ୍ରମୁଖଙ୍କୁ କରୋନ ଯୁଦ୍ଧର ଯୋଦ୍ଧା ଭାବେ ଅବିହିତ କରାଯିବା ସହ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ବାରବାଟୀ ଗ୍ରାମର ଉଦୀୟମାନ ଯୁବକ ଜିତେନ୍ଦ୍ର କୁମାର ବେହେରାଙ୍କ ସ୍ମୃତିକୁ ମନେପକାଇବା ସହ ଗାଁର ସାଙ୍ଗମାନେ ଏଭଳି ଆୟୋଜନ କରିଥିଲେ । ଏହିଅବସରରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା ।