Odia News Portal

ଭାରସାମ୍ୟ ହରାଇ ଓଲଟିଲା ଏଲପିଜି ଟ୍ୟାଙ୍କର

ଅନୁଗୋଳ : ମହେନ୍ଦ୍ର ଯାଦବ ନାମକ ଡ୍ରାଇଭର ରାୟପୁରରୁ ଗାଡି ନେଇ ପାରାଦ୍ଵିପ ଅଭିମୁଖେ ଏଲପିଜି ଗ୍ୟାସ ଆଣିବା ପାଇଁ ଯାଉଥିଲେ। ବଅଁରପାଳ ବ୍ଲକ ବନ୍ଦା ଓଭରବ୍ରିଜ୍ ନିକଟରେ ଦ୍ୱିପହର ୨ ଟା ସମୟରେ ଏକ ଡମ୍ପର ଗାଡି କୁ ଓଭରଟେକ କରୁଥିବା ସମୟରେ ଗାଡି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି। ଗ୍ୟାସ ଟ୍ୟାଙ୍କର ଡ୍ରାଇଭର କହିବା ଅନୁଯାୟୀ ତାଙ୍କ ଗାଡି ଆଗରେ ଏକ ଡ଼ମ୍ଫର ଗାଡି ଯାଉଥିଲା ସେ ପ୍ରାୟ ୨ କିଲୋମିଟର ହେବ ଗାଡି କୁ ଓଭରଟେକ କରିବାକୁ ଦେଇନଥିଲେ।

ସେ ଏହି ଗାଡିକୁ ଓଭର ଟେକ କରୁଥିବା ବେଳେ ପ୍ରବଳ ବର୍ଷା ହେଉଥିଲା ଠିକ୍ ଏହି ସମୟରେ ଡ଼ମ୍ଫର ଗାଡି କଟ ମାରିବାରୁ ସେ ବ୍ରେକ ମାରିଥିଲେ ଯାହାଦ୍ୱାରା ଗାଡି ଭାରସାମ୍ଯ ହରାଇ ବ୍ରିଜ ତଳକୁ ଓଲଟି ଏକ ଗଛରେ ରହିଯାଇଥିଲା। ଏହି ଦୁର୍ଘଟଣା ରେ କାହାର କିଛି କ୍ଷତି ହୋଇନଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।