Odia News Portal

ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଚୁନି ଆଉ ନାହାଁନ୍ତି

କୋଲ୍‌କାତା : ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଚୁନି ଗୋସ୍ୱାମୀ ଆଉ ନାହାଁନ୍ତି । କୋଲ୍‌କାତା ସ୍ଥିତ ତାଙ୍କ ବାସଭବନରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ରୋଗରେ ପୀଡ଼ିତ ଥିଲେ ।

୧୯୬୨ ମସିହା ‘ଏସିଆନ୍‌ ଗେମ୍ସ’ ବେଳେ ସେ କ୍ୟାପ୍‌ଟେନ୍‌ ଥାଇ ଭାରତକୁ ଗୋଲ୍ଡ ମେଡାଲ୍‌ ଜିତାଇବାରେ ସୈାଭାଗ୍ୟ ଅର୍ଜ୍ଜନ କରିଥିଲେ । ସେ ମଧ୍ୟ ପ୍ରଥମ ଶ୍ରେଣୀର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ପଶ୍ଚିମବଙ୍ଗ ପକ୍ଷରୁ ଖେଳିଥିଲେ ।

କିଛି ମାସ ଧରି ଗୋସ୍ୱାମୀ ସ୍ନାୟୁ ଓ ପ୍ରୋଷ୍ଟ୍ରେଟ୍‌ ରୋଗ ସହ ମଧୂମେହ ରୋଗରେ ପୀଡିତ ଥିଲେ । ଗୋଟିଏ ଦିନ ପୂର୍ବରୁ ତାଙ୍କୁ ସଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ହେଲେ ହୃଦଘାତ ଯୋଗୁ ଆଜି ଅପରାହ୍ଣ ୫ ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି ।

ଭାରତୀୟ ଟିମ୍‌ର  କ୍ୟାପ୍‌ଟେନ୍‌ ଥିବା ବେଳେ ସେ ଭାରତକୁ ୧୯୬୨ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ ଓ ୧୯୬୪ ଏସିଆନ୍‌ ଗେମ୍ସରେ ରନରସ୍‌ ଅପ୍‌ ଦେବାରେ ଗୈାରବ ଅର୍ଜନ କରିଛନ୍ତି । ଗୋସ୍ୱାମୀ ସର୍ବଦା ମୋହନ ବାଗାନ୍‌ ଦଳ ପାଇଁ ଖେଳୁଥିଲେ ।

୧୯୫୭ରୁ ଅନ୍ତର୍ଜାତୀୟ ଖେଳାଳୀ ଭାବେ କ୍ୟାରିୟର ଆରମ୍ଭ କରିଥିବା ଗୋସ୍ୱାମୀ ୧୯୬୪ ମସିହାରେ ଅନ୍ତର୍ଜାତୀୟ ଖେଳରୁ ସନ୍ନ୍ୟାସ ନେଇଥିଲେ । କେବଳ ଗୋସ୍ୱାମୀ ଜଣେ ଫୁଟବଲ୍‌ ଖେଳାଳୀ ନଥିଲେ ସେ ମଧ୍ୟ ଜଣେ କ୍ରିକେଟର ଥିଲେ ।

୧୯୬୬ରେ ସେ ଓ ସୁବ୍ରତ ଗୁହା େଓ୍ଵଷ୍ଟଇଣ୍ଡିଜ୍‌ ଟିମ୍‌କୁ ଇନିଙ୍ଗ୍‌ସ ଡିଫିଟ୍‌ କରିବାରେ ସଫଳ ହୋଇଥିଲେ । ସେତେବେଳେ ଗୋସ୍ୱାମୀ ୮ ଓ୍ଵିକେଟ୍‌ ନେବାର ସୈାଭାଗ୍ୟ ଅର୍ଜ୍ଜନ କରିଥିଲେ । ସେ ମଧ୍ୟ ୧୯୭୧-୭୨ରେ ବେଙ୍ଗଲ୍‌ ରଞ୍ଜିତ୍‌ ଟ୍ରଫି କ୍ୟାପ୍‌ଟେନ୍‌ ଭାବେ ଖେଳ ପରିଚାଳନା କରିଥିଲେ ।