Odia News Portal

କରୋନା ଭ୍ୟାକସିନ୍ ତିଆରି ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଏହି ଭାରତୀୟ ଝିଅ

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଭାଇରସର ଆତଙ୍କ ଜାରି ରହିଛି। ଆଜି ପର୍ଯ୍ୟନ୍ତ ଏହି ଭାଇରସରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇ ସାରିଛି। ଏଭଳି ସ୍ଥିତିରେ ମହାମାରୀର ଚିକିତ୍ସା ଓ ଭ୍ୟାକସିନ୍ ସନ୍ଧାନରେ ୧୦୦ ରୁ ଅଧିକ ଦେଶ ଲାଗି ରହିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କେହି ସଫଳ ହୋଇନାହାନ୍ତି। ଅକ୍ସଫୋର୍ଡ ୟୁନିଭର୍ସିଟିରେ କରୋନା ଭାଇରସରୁ ରକ୍ଷା ପାଇଁ ଭ୍ୟାକସିନ୍ ଖୋଜିବାର ଯେଉଁ ଟିମ୍ ତିଆରି କରାଯାଇଥିଲା ତାହା ଭିତରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଚନ୍ଦ୍ରବଳି ଦତ୍ତା ସାମିଲ ଅଛନ୍ତି। ଦତ୍ତ କୋଲକାତାରେ ଜନ୍ମ ହୋଇଥିଲେ।

ସେ କହିଛନ୍ତି, ବିଶ୍ବରେ ଆଶା ସହିତ ମାନବିକତାର ସେବା ପାଇଁ ଅକ୍ସଫୋର୍ଡ ୟୁନିଭର୍ସିଟିର ପେଶାଗତ ଯେଉଁ ଟିମ୍ ଗଠନ କରାଯାଇଥିଲା, ସେଥିରେ ସ୍ଥାନ ପାଇଁ ଖୁବ୍ ସମ୍ମାନିତ ଅନୁଭବ କରୁଛି। କୋଲକାତାରେ ଜନ୍ମିତ ଚନ୍ଦ୍ରାବଳୀ ଦତ୍ତା ବିଶ୍ବବିଦ୍ୟାଳର ଜେନର ଇନଷ୍ଟିଚ୍ୟୁଟରେ କ୍ଳିନିକାଲ ବାୟୋମାନ୍ୟୁଫାକଚରିଂ ଫାସିଲିଟିରେ କାମ କରିଥାଏ। ଏପରିକି କରୋନା ଭ୍ୟାକସିନ୍ ମାନବ ପରୀକ୍ଷଣ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ChAdOx1 ନାମରେ ଭ୍ୟାକସିନର ଟ୍ରାଏଲ ଚାଲୁଛି।

ଯଦି ଏହା ସଫଳ ରୁହେ ତେବେ କରୋନା ଭାଇରସ ସହ ଲଢିବାରେ ବିଶ୍ବକୁ ବଡ ସଫଳତା ମିଳିଛି। ଟ୍ରାୟଲ ସଫଳ ରହିଲେ କରୋନର ସମ୍ଭାବିତ ଭ୍ୟାକସିନ୍ ମଧ୍ୟ ହୋଇପାରେ। ସେ କହିଛନ୍ତି, କ୍ବାଲିଟି ଇନସ୍ୟୁରାନ୍ସ ମ୍ୟାନେଜର ଭାବରେ କାମ କରିବାର ଅର୍ଥ ଏହା ସୁନିଶ୍ଚିତ କରିବାର ପରୀକ୍ଷଣ ଚରଣରେ ପ୍ରଗତି ହେବା ପୂର୍ବରୁ ସମସ୍ତ ସ୍ତରର ମାନକକୁ ମାନିବାକୁ ହେବ। ଦତ୍ତ କହିଛନ୍ତି, ଆମେ ସମସ୍ତେ ଆଶା କରୁଛୁ ଆଗାମୀ ପର୍ଯ୍ୟାୟରେ କାମ କରିବୁ, ସାରା ବିଶ୍ବ ଏହି ଟୀକା ଉପରେ ନଜର ରଖିଛି।’