Odia News Portal

ଆସନ୍ତୁ ଜାଣିବା ସାନିଟାଇଜର ବ୍ୟବହାରର ସଠିକ୍‌ ଉପାୟ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି ।  ଲୋକେ  ଜାଣନ୍ତି ଏହାକୁ ସଫା ସୁତୁରା ରହି ହରାଇବାକୁ ହେବ । ଏଥିପାଇଁ  ଏବେ ସାନିଟାଇଜରର ଚାହିଦା ଖୁବ୍‌ ବଢ଼ିଯାଇଛି ।  ଲୋକେ ଏହାର ଖୁବ୍‌ ବ୍ୟବହାର କରୁଛନ୍ତି । ଏମିତି କି ଦିନରୁ ରାତି ଯାଏ କେତେ ଥର ହାତରେ ଲଗାଉଛନ୍ତି ତାର ହିସାବ ନାହିଁ । ଏହା ମଧ୍ୟ ସେମାନେ ଜାଣି ନାହାନ୍ତି ଏହା ସ୍ୱାସ୍ଥ୍ୟ ଭଲ ହେବକି ଖରାପ ହେବ । ଲୋକଙ୍କୁ ଏହାବି ମାଲୁମ୍‌ ନାହିଁ ସାନିଟାଇଜର ବ୍ୟବହାରର ସଠିକ୍‌ ଉପାୟ କେଉଁଟା  ?

ଆସନ୍ତୁ ତାହେଲେ ଜାଣିବା  ଏହାର ସଠିକ୍‌ ବ୍ୟବହାର ବିଷୟରେ – ଆପଣ କଣ ଜାଣନ୍ତି ବଜାରରେ ମିଳୁଥିବା ସବୁ ସାନିଟାଇଜର  ପ୍ରଭାବୀ ନୁହେଁ ? ଏଣୁ ଏବେ ବିଚାର କରିବା ବଜାରରୁ  ସାନିଟାଇଜର କିଣିବା ବେଳେ କେଉଁ କଥା ଉପରେ ଧ୍ୟାନ ଦେବା ।

ଇଣ୍ଡିଆନ୍‌ ମେଡିକଲ ଏସୋସିଏସନ ( ଆଇଏମ୍‌ଏ ) ର ପୂର୍ବତନ  ସଚିବ  ଇନଫେକ୍ସନ ଏକ୍ସପର୍ଟ ଓ  ଦିଲ୍ଲୀ ମେଡିକଲ କାଉନସିଲ୍‌ର ସାଇଣ୍ଟିଫିକ୍‌ କେମିଟିର ଚେୟାରମ୍ୟାନ୍‌ ଡାକ୍ତର ନରେନ୍ଦ୍ର ସୈନୀ କହିଛନ୍ତି , ଲୋକଙ୍କୁ ଏବେ ଏହା ଜଣାନାହିଁ ସାନିଟାଇଜର ବ୍ୟବହାର କରିବା ବା କିଣିବାକୁ ନେଇ WHO ର ସଠିକ୍‌ ଗାଇଡ୍‌ ଲାଇନ୍‌ କଣ ?

ଡାକ୍ତର ସୈନୀଙ୍କ ମୁତାବିକ୍‌ ସାବୁନ୍‌ ଓ ପାଣିରେ ହାତ ଧୋଇବା ସବୁଠି ଭଲ ଅଭ୍ୟାସ । ଯଦି ଆପଣଙ୍କ ପାଖରେ ସଫା ପାଣି ଅଛି , ତ ସବୁଠି ଭଲ ହେବ ସାନିଟାଇଜର ଅପେକ୍ଷା ଆପଣ ନିଜ ହାତକୁ ସଫା ପାଣିରେ ଧୁଅନ୍ତୁ । ସାନିଟାଇଜରର ପ୍ରୟୋଗ ସେତେବେଳେ କରନ୍ତୁ, ଯେବେ ଏମିତି କରିବା ସମ୍ଭବ ହେବ ନାହିଁ ।  ଅଧିକାଂଶ ଲୋକ  ସାନିଟାଇଜର  ହାତରେ ନେଇଥାନ୍ତି ଏବଂ ୨-୩  ସେକେଣ୍ଡ ହାତରେ ଘଷି ଭାବନ୍ତି ହାତ ସଫା ହୋଇଗଲା । କିନ୍ତୁ ଏହା ଠିକ୍‌ ନୁହେଁ ।  ସାନିଟାଇଜରର ବ୍ୟବହାର କରି ଏହାକୁ ଅତି କମ୍‌ରେ ୧୦-୧୨ ସେକେଣ୍ଡ ଯାଏ ନିଜ ହାତରେ ଘଷନ୍ତୁ । ଆପଣଙ୍କ ହାତର ସବୁଆଡ଼େ ଯେମିତି ସାନିଟାଇଜର ଲାଗିବା ଉଚିତ୍‌ ।  ସେତେବେଳେ ଯାଇ ଏହା ଭାଇରସ୍‌କୁ ହଟାଇବାରେ ପ୍ରଭାବଶାଳୀ ହେବ । ଯେମିତି କି WHO ର ଗାଇଡ୍‌ଲାଇନ୍‌ ମଧ୍ୟ କହେ କି ଦୁଇ ହାତକୁ ରଗଡ଼ନ୍ତୁ । ଦୁଇ ହାତର ଆଙ୍ଗୁଠିକୁ ଯୋଡ଼ି ଧିରେ ଧିରେ  ଘଷନ୍ତୁ।

ଆଉ ମଧ୍ୟ ସେ ସାନିଟାଇଜରର ମାତ୍ରାକୁ ନେଇ କହିଛନ୍ତି  ୫ ଏମ୍‌ଏଲ୍‌ରୁ ଅଧିକ । ଏହା ସହ  ସାନିଟାଇଜର ବ୍ୟବାହର କରି ଆପଣ ଦେଖୁଥିବେ ହାତ ସଫାସୁତୁତରା ଅଛି । ଏମିତି ନୁହେଁ ଯେ ଆପଣଙ୍କ ହାତରେ ରଙ୍ଗ ବା ମାଟି ଲାଗିଛି ଏବଂ ଆପଣ ୫ ଏମ୍‌ଏଲ୍‌  ସାନିଟାଇଜର ବ୍ୟବାହର କରି  ସବୁକୁଛୁ ସଫା କରିଦେଲେ । ଡାକ୍ତର ସୈନୀଙ୍କ କହିବା ହେଲା , ସାନିଟାଇଜର କିଣି ଏହା ସୁନିଶ୍ଚିତ  କରନ୍ତୁ କି  ଏଥିରେ ୬୦-୭୦ ପ୍ରତିଶତ ଆଲକହଲ ମାତ୍ରା ରହିବା ଦରକାର । ତାହା ବି ଇଥାଇଲ୍‌ ବା ଆଇସୋପ୍ରୋପାଇଲ୍‌ ଆଲକହଲ ହେବା ଉଚିତ୍‌ । ଏହା ଠାରୁ ଅଧିକ ମାତ୍ରା ମଧ୍ୟ ଠିକ୍‌ ନୁହେଁ ।

ସାନିଟାଇଜର ଲାଗି ଥିବା ହାତରେ  ଖାଦ୍ୟ ଖାଇବା କ୍ଷତିକାରକ ହୋଇପାରେ –

ସାନିଟାଇଜର ଲାଗି ଥିବା ହାତରେ ଖାଜଦ୍ୟ ଖାଇବା କ୍ଷତିକାରକ ହୋଇପାରେ । କାରଣ ଏଥିରେ ବହୁତ ମାତ୍ରାରେ  ଆଲକହଲ  ରହିଥାଏ , ଯାହା କି ଆପଣଙ୍କର କିଡନୀ , ଲିଭର  ଓ ହୃଦୟକୁ ପ୍ରଭାବିତ କରିପାରେ ।  ସାନିଟାଇଜର ଲଗାଇବାର ୨୦ ସେକେଣ୍ଡ ପରେ  ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ । ଏତିକି ସମୟ ପରେ ତାହା ଷ୍ଟିମ୍‌ ହୋଇଯାଏ ।

ସାନିଟାଇଜର କେତେ ସମୟ ଯାଏ ପ୍ରଭାବ ଦେଖାଇଥାଏ  ?  ଏହି ପ୍ରଶ୍ନର ଉତ୍ତରରେ  ଡାକ୍ତର ସୈନୀ  କହିଛନ୍ତି କି ସାନିଟାଇଜର ଲଗାଇବା ଯାଏ , ଅର୍ଥାତ୍‌  ଯେବେ ଆପଣ ସାନିଟାଇଜର ଦ୍ୱାରା ହାତ ସଫା କରନ୍ତି , ସେତେବେଳେ ଜୀବାଣୁ ନଷ୍ଟ ହୋଇଯାନ୍ତି । ବ୍ୟବହାରର ୨୦ ସେକେଣ୍ଡ ପରେ ଯଦି ଆପଣ ପୁଣି କେଉଁ ଜିନିଷକୁ ଛୁଉଁଛନ୍ତି ତ  ଆପଣଙ୍କୁ ପୁଣି  ହାତ ସଫା କରିବାକୁ ହେବ  ।

ସେ କହିଛନ୍ତି ବାରମ୍ୱାର ସାନିଟାଇଜର ପ୍ରୟୋଗ କରିବା ମଧ୍ୟ ଠିକ୍‌ ନୁହେଁ । ଏଥିପାଇଁ ଯେତେ ସମ୍ଭବ ହାତ ଧୋଇବା ଭଲ ।

ଆଲକହଲ ପିଉଥିବା ଲୋକଙ୍କ କରୋନା ଡ଼ର କମ୍‌ ହୋଇଥାଏ କି ? ଏହି ପ୍ରଶ୍ନର ଉତ୍ତରରେ ଡାକ୍ତର ସୈନୀ କହିଛନ୍ତି କି , ଏହା ବିଲକୁଲ୍‌ ନୁହେଁ । କାରଣ ଜୀବାଣୁ ଯେବେ ଆପଣଙ୍କ ଶରୀରରେ  ପଶିଥାଏ ନଳୀ ଭିତରେ ବସି ରହିନଥାଏ । ତାହା କୋଶିକା ଗୁଡ଼ିକ ଭିତରେ ରହିଯାଏ । ଦ୍ୱିତୀୟ କଥା ହେଲା ଆଲକହଲରେ ଏହାର ମାତ୍ରା  ଜୀବାଣୁକୁ ମାରିବାରେ ସୁଯୋଗ ବହୁତ କମ୍‌ ହୋଇଥାଏ ।  କାରଣ  ଯଦି ଆପଣଙ୍କ ଶରୀରରେ  ଆଲକହଲର ମାତ୍ରା ବହୁତ ଅଧିକ ହୋଇଥାଏ ତ ହାର୍ଟ ବା କିଡନୀ ଫେଲୟୋର ହୋଇପାରେ । ଏଥିପାଇଁ ଲୋକଙ୍କ ମଧ୍ୟରେ ମଦକୁ ନେଇ  ବହୁତ ବଡ଼ ଭ୍ରମ ରହିଥାଏ।

ସାନିଟାଇଜର ବ୍ୟବହାର ବେଳେ ଏହି ୧୦ଟି କଥାକୁ ଧ୍ୟାନ ଦେବା ଜରୁରୀ –

୧- ସାନିଟାଇଜରର ବ୍ୟବହାର  ସଫା ଦେଖାଯାଉଥିବା ହାତରେ  ହିଁ କରନ୍ତୁ ।

୨- ସାନିଟାଇଜରରେ ୬୦-୭୦ ପ୍ରତିଶତ ଇଥାଇଲ୍‌ ବା ଆଇସୋପ୍ରୋପାଇଲ୍‌ ଆଲକହଲ ରହିବା ଉଚିତ୍।

୩-  ହାତ ସଫା କରିବା ବେଳେ WHO ର ଗାଇଡ୍‌ ଲାଇନ୍‌କୁ ଧ୍ୟାନରେ ରଖନ୍ତୁ ।

୪-୧୫-୨୦ ସେକେଣ୍ଡ ଯାଏ ହାତକୁ ଘଷନ୍ତୁ । ହାତର ସବୁ ଅଂଶରେ ଯେମିତି ପହଞ୍ଚିବ ।

୫- ହ୍ୟାଣ୍ଡ ସାନିଟାଇଜରକୁ ପ୍ରାଥମିକତା ବିଲକୁଲ ନ କରନ୍ତୁ।

୬- ସାନିଟାଇଜରର ମାତ୍ରାକୁ ଧ୍ୟାନ ଦେବେ ।

୭- ନିଜର ମୁହଁରେ ସାନଟାଇଜର  ବ୍ୟବହାର କରନ୍ତୁ ନାହିଁ ।

୮- ସାନିଟାଇଜର ବ୍ୟବହାର ସେହି ସ୍ଥାନରେ କରନ୍ତୁ , ଯେଉଁଠି  ହାତ ଧୋଇବାର ବ୍ୟବସ୍ଥା ନାହିଁ ।

୯- ସାବୁନ୍‌ ପାଣିରେ ହାତ ଧୋଇବା ଅଧିକ ପ୍ରଭାବଶାଳୀ , ଏଥିପାଇଁ ଆବଶ୍ୟକତା ହିସାବରେ  ସାନିଟାଇଜରର ପ୍ରୟୋଗ କରନ୍ତୁ ।