Odia News Portal

‘ଉଡ୍ର’ ତରଫରୁ ବସ୍ତ୍ର ଓ ଛତା ବଂଟନ

ଆଜି ଅପରାହ୍ନ ଘ.୩.୩୦ ମିନିଟ୍ ସମୟରେ ଭୁବନେଶ୍ୱର ମହାନଗର ନିଗମର ୩୪ ନମ୍ବର ୱାର୍ଡରେ ଅବସ୍ଥିତ ସତ୍ୟନଗର ଡେଭଲପ୍‌ମେଂଟ୍ ଓ କଲଚରାଲ୍ ସୋସାଇଟି (ସତ୍ୟନଗର ହୋମ୍ ଟାଉନ୍ ପାଖ)ରେ ବଂଟନ କରାଯାଇଥିଲା । “ଥିଲେ ଦିଅ, ନଥିଲେ ନିଅ” କାର‌୍ୟ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ପୁରୁଣା, ନୂତନ ବସ୍ତ୍ର ଏବଂ ଛତା ଯେଉଁମାନଙ୍କର ବସ୍ତ୍ରର ଅଭାବ ଓ ଛତାର ଅଭାବ ଅଛି ସେହିମାନଙ୍କୁ ବଂଟନ କରାଯାଇଥିଲା । ବସ୍ତ୍ର ଅଭାବ ଥିବା ଏବଂ ଛତା ଅଭାବ ଥିବା ଲୋକମାନଙ୍କୁ ଖଣ୍ଡେ ବସ୍ତ୍ର ଓ ଗୋଟେ ଛତା ଦେଇ ସେହିମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ “ଉଡ୍ର” ତରଫରୁ ଏହା ଏକ ଛୋଟ ପ୍ରୟାସ । ଏହି ବସ୍ତ୍ର ବଂଟନ କାର‌୍ୟ୍ୟକ୍ରମ ଓଡିଶାର ବିଭିନ୍ନ ସ୍ଥାନ ମାନଙ୍କରେ ବିଗତ ୬ ବର୍ଷ ହେବ ହୋଇଆସୁଅଛି । ପୂର୍ବବର୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ବସ୍ତ୍ର ବଂଟନ କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ଆପଣ ଆପଣଙ୍କର ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଏକ ନୂତନ ଜୀବନ । ଏହି ବଂଟନ କାର‌୍ୟ୍ୟକ୍ରମରେ “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ତଥା ମୋ କଲେଜ ଅଧ୍ୟକ୍ଷ (ଓଡିଶା ସରକାର) ଆକାଶ ଦାସନାୟକ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଅନନ୍ତ ନାରାୟଣ ଜେନା (ବିଧାୟକ, ଭୁବନେଶ୍ୱର), ସୁଲୋଚନା ଦାସ (ମେୟର, ଭୁବନେଶ୍ୱର ମହାନଗର ନିଗମ), ପୁଷ୍ପାଞ୍ଜଳୀ ସେଠୀ (କର୍ପୋରେଟର, ୱାର୍ଡ ନଂ-୩୪), ନରେନ୍ଦ୍ର କୁମାର ସେଠୀ, ରୁଦ୍ରାକ୍ଷ ପାଣିଗ୍ରାହୀ, ରାଜେନ୍ଦ୍ର ଆଚାର‌୍ୟ୍ୟ, ଲୋକନାଥ ପଣ୍ଡା, ମମତା ରାଉତ, ତୁଷାର ପଟ୍ଟନାୟକ, ଶୀତଲ୍ ପାତ୍ର, ଜିନା ସାମଲ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ପ୍ରଭାତ ଶତପଥି, କିଶୋର ଦାସ, ଭାଗ୍ୟଧର ସାମଲ, ବାବୁ ବାବୁ, ପୱନ ପାତ୍ରୋ, ଜୋଷିକା ବୋଷ, ତାପି ମିଶ୍ର ଓ “ଉଡ୍ର” ପରିବାରର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।