ବୁଡିଲା ସ୍କାଏ ଟାୱାର ଆପାର୍ଟମେଣ୍ଟ । ଭୁବନେଶ୍ୱର ଭଳି ସହରରେ ବି ଲହଡା ଭାଙ୍ଗୁଛି ବନ୍ୟଜଳ । କୃତ୍ରିମ ବନ୍ୟାରେ ଆପାର୍ଟମେଣ୍ଟରେ ଅଣ୍ଟାଏ ପାଣି । ଯୁଆଡେ ଦେଖିବେ ଖାଲି ପାଣି ହିଁ ପାଣି । ଫଳରେ କିଛି ଜରୁରୀ କାମ ପାଇଁ ଘରୁ ବାହାରିପାରୁନାହାଁନ୍ତି ଲୋକେ । ଭୁବନେଶ୍ୱର ଉପକଣ୍ଠ ଦୟାନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ସୁନ୍ଦରପଦାର ଅନେକ ଅଞ୍ଚଳ ଏବେ ଜଳମଗ୍ନ ।
