ବିଧାନସଭା ଆଗରେ ଧାରଣା ଦେବାକୁ ବିଜେଡିର ପରାମର୍ଶ
 ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ପାଇଁ କେନ୍ଦ୍ରକୁ କହୁ ବିଜେପି
 କୁଆଡେ ଗଲା ଉତ୍ପାଦନ ମୂଲ୍ୟର ଦେଢ ଗୁଣ ଦର ବୃଦ୍ଧି ପ୍ରତିଶ୍ରୁତି
ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ ନେଇ ପ୍ରଶ୍ନ ଉଠାଇଲା ବିଜେଡି
ଭୁବନେଶ୍ୱର : ଚାଷୀଙ୍କ ପାଇଁ ବିଧାନସଭା ଆଗରେ ଧାରଣା ଦେବାକୁ ବିଜେପି ଆଜି ଯେଉଁ ଘୋଷଣା କରିଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ଓଡିଶା ବିଧାନସଭା ସମ୍ମୁଖରେ ଧାରଣା ଦେବା ପରିବର୍ତ୍ତେ ସେମାନେ ପାର୍ଲାମେଌକ୍ଷଗ୍ଧ; ସମ୍ମୁଖରେ ଧାରଣା ଦେବା ଉଚିତ୍ ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ବିଜେପି ଆଚରଣରୁ ଜଣାପଡୁଛି ସେମାନେ ବୋଧେ ଭୁଲିଯାଇଛନ୍ତି ଯେ କେନ୍ଦ୍ରରେ ସେମାନଙ୍କ ଦଳର ସରକାର ଅଛି ଓ ତାହା ଚାଷୀଙ୍କ ସରକାର ।
ବିଜେଡି ସାଂସଦ ଡକ୍ଟର ପାତ୍ର ଆଜି ଏଠାରେ କହିଛନ୍ତି ଯେ ଧାନ ସଂଗ୍ରହ ଠାରୁ ଆରମ୍ଭକରି ଚାଉଳ ଉଠାଇବା, ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ଏବଂ ଫସଲ ବୀମା ସମ୍ବନ୍ଧୀୟ ବିଷୟଗୁଡ଼ିକ ହେଉଛି କେନ୍ଦ୍ରର ଦାୟିତ୍ୱ । ସବୁଠାରୁ ଭଲ ହେବ ଯଦି ବିଜେପି ପାର୍ଲାମେଌକ୍ଷଗ୍ଧ; ସମ୍ମୁଖରେ ଏହି ଧାରଣା ଦେବା ସହିତ ନିଜ ସରକାରଙ୍କୁ ଚାଷୀ ବିରୋଧୀ ମନୋଭାବ ଛାଡିବାକୁ କହିବ ।
ସେହି ସମାନ ବିଜେପି ଦଳ ଏବଂ ଏହାର ବିଧାୟକମାନେ ସର୍ବସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଓଡିଶା ବିଧାନସଭାରେ ୨୦୧୮ ମସିହାରେ ଆସିଥିବା ସଙ୍କଳ୍ପକୁ ବିଜେଡି ଏବଂ କଂଗ୍ରେସର ସମସ୍ତ ବିଧାୟକ ସହିତ ସମର୍ଥନ କରିଥିଲେ । ପାର୍ଲାମେଌକ୍ଷଗ୍ଧ; ଆଗରେ ଧାରଣା ଦେବା ସହିତ କେନ୍ଦ୍ରରେ ଥିବା ତାଙ୍କର ସରକାରଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବଢାଇବାକୁ ବିଜେପି ଚାପ ସୃଷ୍ଟିକରୁ ବୋଲି ଡକ୍ଟର ପାତ୍ର କହିଛନ୍ତି ।
ସେହି ସମାନ ବିଜେପି ଦାବି କରିଥିଲା ଯେ ସେମାନେ କୃଷକଙ୍କ ଏମଏସ୍ପିକୁ ଉତ୍ପାଦନ ମୂଲ୍ୟର ୧.୫ ଗୁଣ ବୃଦ୍ଧି କରିବେ । ସେମାନେ ତାହା କଲେ ନାହିଁ । ସେହିଭଳି ଏହା ସେହି ସମାନ ବିଜେପି ଥିଲା ଯେଉଁମାନେ ସ୍ୱାମୀନାଥନ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବେ ବୋଲି କହିଥିଲେ । ସେମାନେ ତାହା କଲେ କି? ନାଁ କଲେ ନାହିଁ ।
ବିଜେପି କାହାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି? ସାର ଅଭାବ ଠାରୁ ଆରମ୍ଭ କରି ଓଡିଶା ଚାଷୀଙ୍କର ଫସଲ ବୀମାକୁ ଅଟକାଇବା ପର୍ଯ୍ୟନ୍ତ ବିଜେପି ଚାଷୀ ବିରୋଧୀ କାର୍ଯ୍ୟକଳାପରେ ପାରଦର୍ଶୀତା ହାସଲ କରିଛି । ଓଡିଶାର କୃଷକମାନେ ବିଜେପିର ଚାଷୀ ବିରୋଧୀ ମନୋଭାବକୁ ଦେଖୁଛନ୍ତି । ବିଜେପି ଆଉ କୌଣସି ପ୍ରକାରେ ଓଡିଶାର ଚାଷୀଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି । 
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
 
						 
			
