ଘାଟିରେ ଜଳିଗଲା ବସ୍ । ଜୟପୁର ପଟାଙ୍ଗି ବ୍ଲକ ସାଲୁର ଘାଟିରେ ଜଳିଗଲା ବସ୍ । ତେବେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବସଟି ବିଜୟନଗରମରୁ ଜୟପୁର ଆସୁଥିବାବେଳେ ବସରେ ନିଆଁ ଲାଗିଯାଇଥିଲା ।ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ହୁ ହୁ ହୋଇ ବସଟି ଜଳିଯାଇଥିଲା । ନିଆଁ ଲାଗିବା ଦେଖି ଡ୍ରାଇଭର ବସଟିକୁ ଘାଟି ଉପରେ ଉପରେ ରଖି ଯାତ୍ରୀମାନଙ୍କୁ ତୁରନ୍ତ ଓହ୍ଲାଇ ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
