ମାରାତ୍ମକ ରୋଗ କ୍ୟାନସର। ଏହାର ଚିକିତ୍ସା ପଦ୍ଧତି ଜଟିଳ। ଅଧିକାଂଶ ସମୟରେ ଚିକିତ୍ସା ସତ୍ତେ ବି ଏହି ରୋଗରୁ ମୁକ୍ତି ପାଇବା କଷ୍ଟକର ହୋଇପଡେ। ହେଲେ ଏବେ ଔଷଧ ଦ୍ବାରା ହୋଇପାରୁଛି ଏହି ମାରାତ୍ମକ ରୋଗର ଚିକିତ୍ସା। ନ୍ୟୁୟର୍କରେ ରେକ୍ଟାଲ କ୍ୟାନସର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ପ୍ରାଥମିକ ପରୀକ୍ଷଣରୁ ଏଭଳି ଖବର ଆସିଛି ।
ଏହି ଔଷଧ ଟ୍ରାଏଲରେ ସାମିଲ ହୋଇଥିବା ସମସ୍ତ ୧୮ଜଣ କ୍ୟାନସରରୁ ମୁକ୍ତି ପାଇଥିବା କୁହାଯାଉଛି । କ୍ୟାନସରରୁ ମୁକ୍ତି ଦେଉଥିବା ଔଷଧର ନାଁ ଡୋଷ୍ଟାରଲିମାବ୍ । ଏହି ଔଷଧ ପ୍ରାୟ ୬ ମାସ ଧରି ଦିଆଯାଇଥିଲା। ୬ ମାସ ପରେ ସମସ୍ତ ରୋଗୀଙ୍କ ଏଣ୍ଡୋସ୍କୋପି, ପିଇଟି ସ୍କାନ ଓ ଏମଆଇଆର ସ୍କାନ କରାଯାଇଥିଲା । କିନ୍ତୁ କୌଣସି ପରୀକ୍ଷାରୁ ରୋଗୀଙ୍କ ଶରୀରରୁ କର୍କଟ ରୋଗର ଚିହ୍ନବର୍ଣ୍ଣ ମିଳି ନାହିଁ । ନ୍ୟୁୟର୍କ ମେମୋରିଆଲ ସ୍ଲୋଅନ୍ କେଟ୍ଟେରିଙ୍ଗ କ୍ୟାନସର ସେଣ୍ଟରର ଡାକ୍ତର ଲୁଇସ୍ ଏ ଡିଆଜ୍ ଜେ କହିଛନ୍ତି, ସମ୍ଭବତଃ କ୍ୟାନସର ଟ୍ରିଟମେଣ୍ଟ ଇତିହାସରେ ପ୍ରଥମ ଥର ଏଭଳି ଘଟଣା ଘଟିଛି ।
କ୍ୟାନସର ରୋଗୀଙ୍କ ଚିକିତ୍ସା ପଦ୍ଧତି ଜଟିଳ। କେମୋଥେରାପି, ଅସ୍ତ୍ରୋପଚାର ଓ ବିକିରଣ ଭଳି ପଦ୍ଧତି ଦ୍ବାରା ଏହାର ଚିକିତ୍ସା ହୋଇଥାଏ। ତେବେ ଡୋଷ୍ଟାରଲିମାବ୍ ଔଷଧ ଟ୍ରାଏଲରେ ସାମିଲ ହୋଇଥିବା ଲୋକଙ୍କୁ ପ୍ରାଥମିକ ଭାବେ ଏହି ଔଷଧ ଦିଆଯାଇଥିଲା । ଏହି ଔଷଧ ବ୍ୟବହାର ପରେ ସେମାନଙ୍କୁ ଆଉ ଅନ୍ୟ ଚିକିତ୍ସାର ଆବଶ୍ୟକତା ପଡିନାହିଁ।
Sign in
Sign in
Recover your password.
A password will be e-mailed to you.
