Odia News Portal

ଭାରତରେ ଏମିତି ଏକ ମନ୍ଦିର ଯେଉଁଠି ପୂଜା ହେଉଛି ବିଲେଇ

ଯେମିତି ଭଗବାନ ଗଣେଶଙ୍କ ବାହନ ମୂଷା। ଆପଣ ଅନେକ ଜାଗାରେ ଦେଖିଥିବେ ଯେ ମୂଷାକୁ ପୂଜା କରାଯାଏ। ଠିକ ସେହିପରି ଲକ୍ଷ୍ମୀଙ୍କ ବାହନ ପେଚାକୁ ବି ପବିତ୍ର ବୋଲି ଧରନ୍ତି ଲୋକେ। ମା ଦୁର୍ଗାଙ୍କ ବାହନ ସିଂହ, ତେଣୁ ସିଂହର ମୂର୍ତ୍ତିବି ମନ୍ଦିର ବାହାରେ ସ୍ଥାପନା କରାଯାଇଥାଏ।

କିନ୍ତୁ ବିଲେଇ ତ କାହାର ବି ବାହନ ନୁହେଁ, ତାହେଲେ କାହିଁକି ଭାରତରେ ଏକ ସ୍ଥାନରେ ବିଲେଇର ପୂଜା କରାଯାଉଛି। ବିଲେଇକୁ ତ କାହାଣୀ ଆଉ କଥାରେ ସବୁବେଳେ ଅଶୁଭ ହିଁ ଧରାଯାଇଛି। ବିଲେଇ ଯଦି ଆପଣଙ୍କ ରାସ୍ତା କାଟି ଦିଏ ତାହେଲେ ଅଶୁଭ ବୋଲି ଧରାଯାଏ। ଏହାକୁ ଆପଣ ପ୍ରତିଦିନ ଦୁଇ ଚାରି ଥର ଫେସ୍‌ କରିଥିବେ ନିହାତି। ଆହୁରି ଅନେକ ଲୋକ ଏପରି ବି ଅଛନ୍ତି ଯେଉଁମାନେ ବିଲେଇକୁ ଘରେ ପାଳି ବି ଥାନ୍ତି। ଆଉ ସେମାନଙ୍କର ଧାରଣା ଥାଏ ଯେ ବିଲେଇକୁ ଅଶୁଭ ମାନିବା ଆଦି କଥା ସବୁ ଅନ୍ଧବିଶ୍ୱାସ। ତାହେଲେ ଆସନ୍ତୁ ଜାଣିବା ବିଲେଇ ପୂଜା କେଉଁଠି କରାଯାଉଛି।

କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା, ଏଠାରେ ଏକ ଗାଁ ଯାହାକୁ ବିକ୍କାଲେଲେ କୁହାଯାଏ। ଏହି ଗାଁରେ ଲୋକ ଗତ ୧୦୦୦ ବର୍ଷ ଧରି ବିଲେଇଙ୍କ ପୂଜା କରୁଛନ୍ତି। ଏଠାରେ ରହୁଥିବା ଲୋକଙ୍କର ଧାରଣା ରହିଛି ଯେ ବିଲେଇ ଦେବୀଙ୍କ ଅବତାର। ଏଥିପାଇଁ ଏଠାରେ ପୂରା ବିଧି ବିଧାନରେ ବିଲେଇକୁ ପୂଜା କରାଯାଏ। ଏହି ଗାଁର ଲୋକମାନେ ବିଲେଇକୁ ଦେବୀ ମଙ୍ଗମ୍ମା ରୂପରେ ପୂଜା କରନ୍ତି।

ବିକ୍କାଲେଲେ ଗାଁରେ ଥିବା ଏହି ମନ୍ଦିର ଗତ ୧୦୦୦ ବର୍ଷ ପୁରୁଣା। ପୂଜା ପଦ୍ଧତି ମଧ୍ୟ ସେହିଭଳି କରାଯାଏ। ଏହି ଗାଁର ଲୋକ ଦେବୀ ମଙ୍ଗମ୍ମାଙ୍କୁ ନିଜର କୁଳଦେବୀ ମାନନ୍ତି। ଏହି କାରଣରୁ ତାଙ୍କ ରୂପୀ ବିଲେଇକୁ ଯଦି କିଏ କ୍ଷତି ପହଁଚାଇବାକୁ ଚେଷ୍ଟା କରେ ତାହେଲେ ତାଙ୍କୁ ଗାଁରୁ ବାହାର କରିଦିଆଯାଏ। ଖାଲି ଏତିକି ନୁହେଁ ଏହି ଗାଁରେ ଯଦି କେଉଁ ବିଲେଇର ମୃତ୍ୟୁ ହୋଇଯାଏ ତାହେଲେ ତାକୁ ପୂରା ରୀତି ନୀତି ପରମ୍ପରା ସହ ମାଟିରେ ପୋତି ଦିଆଯାଏ।