ଆସନ୍ତା ଫେବୃଆରୀ ୧୫ ରୁ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୩ ଆୟୋଜନ କରିବ ସେଣ୍ଟ୍ରାଲ ବୋର୍ଡ ମାଧ୍ୟମିକ ଶିକ୍ଷା (ସିବିଏସ୍ଇ) । ତେବେ, ଉଭୟ ଶ୍ରେଣୀ ପାଇଁ ସିବିଏସ୍ଇ ପ୍ରଶ୍ନ ପେପର ପାଟର୍ଣ୍ଣ ଢାଞ୍ଚାରେ ସିବିଏସ୍ଇ ବୋର୍ଡ ପରିବର୍ତ୍ତନ କରିଛି । ତେବେ ଏପର୍ଯ୍ୟନ୍ତ ୨୦୨୩ ସିବିଏସ୍ଇ ଡେଟ ଶିଟ୍ ଅଫିସିଆଲ୍ ୱେବସାଇଟ୍ cbse.gov.in ରେ ପ୍ରକାଶିତ ହୋଇନାହିଁ ।
ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ୧, ୨୦୨୩ ରୁ ଆରମ୍ଭ ହେବ । ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାକ୍ଟିକାଲ୍ ପରୀକ୍ଷା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛି ବୋର୍ଡ । ସିବିଏସ୍ଇ ପରୀକ୍ଷା ତାରିଖ ପୂର୍ବରୁ ସିବିଏସ୍ଇ ସିଲାବସ୍ ସମ୍ପୂର୍ଣ୍ଣ ହେବା ନିଶ୍ଚିତ କରିବାକୁ ଏହା ବିଦ୍ୟାଳୟଗୁଡ଼ିକୁ କହିଥିଲା । ଶିକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି ଯେ ସିବିଏସ୍ଇ ଦଶମ ପରୀକ୍ଷାରେ ଅତି କମରେ ୪୦ ପ୍ରତିଶତ ପ୍ରଶ୍ନ ଏବଂ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାରେ ୩୦ ପ୍ରତିଶତ ପ୍ରଶ୍ନ ଦକ୍ଷତା ଭିତ୍ତିକ ହେବ। ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ସଂଶୋଧିତ ସିବିଏସ୍ଇ ପ୍ରଶ୍ନ ପେପର ପାଟର୍ଣ୍ଣ ଅନୁଯାୟୀ, ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୩ ପାଇଁ ପ୍ରଶ୍ନଗୁଡ଼ିକ ଏକାଧିକ ଫର୍ମାଟ୍ ଧାରଣ କରିବ ଯେପରିକି ଅବଜେକ୍ଟିଭ୍ ଟାଇପ୍, ପ୍ରତିକ୍ରିୟା ପ୍ରକାର, ଧାରଣା ଏବଂ ଯୁକ୍ତି ଏବଂ କେସ୍ ଆଧାରିତ ।
ଏହି ସପ୍ତାହରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ସମୟ ନିର୍ଘଣ୍ଟ ଦାବି କରୁଥିବା ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତଥାପି ବୋର୍ଡ ଏପର୍ୟ୍ୟନ୍ତ ସିବିଏସ୍ଇ ଡେଟଶିଟ ରିଲିଜ୍ ତାରିଖ ଘୋଷଣା କରିନାହିଁ । ସିବିଏସ୍ଇ କଣ୍ଟ୍ରୋଲର ଅଫ୍ ଏଗଜାମ ସାନିଆମ୍ ଭରଦ୍ୱାଜ କହିଛନ୍ତି ଯେ ସିବିଏସ୍ଇ ବୋର୍ଡ ଚଳିତ ମାସରେ ସିବିଏସ୍ଇ ବୋର୍ଡ ପରୀକ୍ଷା ତାରିଖ ୨୦୨୩ ପ୍ରଦାନ କରିବାକୁ ପ୍ରତିଶୃତି ଦେଇ ନାହିଁ ।