ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ସଂଖ୍ୟା ଲକ୍ଷେ ଟପିଲାଣି ।ଆଉ ଏଭଳି ସ୍ଥିତିରେ ଆସ୍ୱସ୍ଥିକର ଖବର ଆଣିଦେଇଛି ଟିକା । ଭାରତକୁ ମିଳିଛି ସ୍ପୁଟନିକ-ଭି ଟିକା ପାଇଁ ମଞ୍ଜୁରୀ । ତୃତୀୟ କୋଭିଡ୍ ଟିକା ଭାବେ ଋଷ ଟିକା ସ୍ଫୁଟନିକ ଭି କୁ ଭାରତ ସରକାର ବ୍ୟବହାରିକ ମଞ୍ଜୁରି ପ୍ରଦାନ କରିଛନ୍ତି ବିଶେଷଜ୍ଞ କମିଟି ।ଆଜି ଏନେଇ ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ବସିଥିଲା ।
ପୂର୍ବରୁ ସ୍ପୁଟନିକ-ଭି ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଥିଲା । ଏହାଦ୍ବାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଇନଥିଲା । ବଂର ଏହା ସଫଳ ହୋଇଥବା ନେଇ କମ୍ପାନୀ କମିଟି ପାଖରେ ତଥ୍ୟ ଉପସ୍ଥାପନା କରିଛି । ଏହି ଆଧାରରେ ସ୍ଫୁଟନିକ୍ ଭି କୁ ଭାରତରେ ବ୍ୟବହାରିକ ମଞ୍ଜୁରି ପ୍ରଦାନ କରାଯାଇଛି । ଆଜି ରାତିସୁଦ୍ଧା ସରକାରଙ୍କ ପକ୍ଷରୁ ଏନେଇ ସ୍ଥିତି ସ୍ପଷ୍ଟ କରାଯାଇପାରେ । ହାଇଦ୍ରାବାଦରେ ଡ. ରେଡ୍ଡୀ ଲାବ୍ସ ସହ ମିଶି ପରୀକ୍ଷାମୂଳକ ଭାବେ ବ୍ୟବହାର ମଧ୍ୟ କରାଯାଇଥିଲା ।

ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟିଚାଲିଛି । ଦେଶରେ ଏବେ ଦୁଇଟି ଟିକାର ବ୍ୟବହାର କରାଯାଉଛି, ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ । ସ୍ପୁଟଚନିକ-ଭି କମ୍ପାନୀଙ୍କୁ ବ୍ୟବହାର ପାଇଁ ଅନୁମତି ମିଳିବା ଦେଶ ପାଇଁ ଆଶ୍ୱସ୍ତିକର ଖବର ।
