Odia News Portal

ମାଓ ସଙ୍ଗଠନ ଜାରି କଲା ଯବାନଙ୍କ ଫଟୋ


ମାଲକାନଗିରି : ବିଜାପୁର ଟେକେଲଗୁଡା ଏନକାଉଣ୍ଟରରେ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ କୋବ୍ରା ଯବାନ ରାଜେଶ୍ୱର ସିଂ ମାନହାସ । ଏହି ଘଟଣାକୁ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ମାମଲାରେ ପରୋକ୍ଷ ଭାବେ ସାମିଲ ହୋଇଥିଲେ ।ଶେଷରେ ରାଜେଶ୍ୱର ସିଂ ମାନହାସ ସୁରକ୍ଷିତ ଥିବା ନେଇ ସ୍ପଷ୍ଟ କରିଛି ମାଓବାଦୀ ସଙ୍ଗଠନ । ସ୍ପେଶାଲ ଜୋନାଲ ମାଓ କମିଟି ଜାରି କରିଛି ବନ୍ଦୀ ଯବାନଙ୍କ ତାଜା ଫଟୋ । ଗତକାଲି ମଧ୍ୟ ମାଓ ସଙ୍ଗଠନ ପକ୍ଷରୁ ଦୁଇ ପୃଷ୍ଠାର ଚିଠି ଜାରି କରାଯାଇଥିଲା । ଏହି ଚିଠିରେ ସରକାର ମଧ୍ୟସ୍ଥିଙ୍କ ନାମ ଘୋଷଣା କଲେ ମାଓ ସଙ୍ଗଠନ ସେହି ମଧ୍ୟସ୍ଥିଙ୍କ ଜରିଆରେ ବନ୍ଦୀ ଯବାନଙ୍କୁ ପୋଲିସ ପାଖରେ ଛାଡିବ ବୋଲି ଉଲ୍ଲେଖ କରିଥିଲା ।