Odia News Portal

ନୂପୁର ଶର୍ମାଙ୍କୁ ସମର୍ଥନ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଏବେ ଦେଶ‌ରେ ହିଂସା ବଢ଼ାଇଦେଇଛି। ଦେଶର ବିଭିନ୍ନ ସ୍ଥାନରେ ହିଂସା ଓ ପ୍ରତିବାଦର ସ୍ୱର ଉଠିଛି । ବିଭିନ୍ନ ରାଜ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୂପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି।

ନୂପୁର ଶର୍ମାଙ୍କୁ ସମର୍ଥନ କରି ନୀତୀଶ କୁମାର କହିଛନ୍ତି ଯେ ଯେତେବେଳେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତେବେ ଏତେ ଗଣ୍ଡଗୋଳ କରିବାର ଆବଶ୍ୟକତା କ’ଣ?

ନୀତୀଶ କୁମାର କହିଛନ୍ତି ଯେ ନୂପୁର ଶର୍ମାଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି। ନୂପୁର ଶର୍ମାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଏହା ସତ୍ତ୍ବେ, ଯଦି ଏତେ ଗଣ୍ଡଗୋଳ ହେଉଛି ତେବେ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ। କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବେ ଝଗଡା ସୃଷ୍ଟି କରିବାକୁ ଚାହୁଁଛନ୍ତି। ଯେ‌ତେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବି ଝଗଡ଼ା କରିବାକୁ ଚାହୁଁଥିବା ଲୋକେ ଝଗଡ଼ା କରିବେ। ବିହାରରେ ନୂପୁରଙ୍କ ମନ୍ତବ୍ୟକୁ ନେଇ କେହି ବି ଏପର୍ଯ୍ୟନ୍ତ ଝଗଡ଼ା କରିନାହାନ୍ତି।

ନୂପୁର ଶର୍ମା କିଛି ଦିନ ତଳେ ଏକ ଟିଭି ବିତର୍କରେ ପ୍ରଫେଟ ମହମ୍ମଦଙ୍କ ଉପରେ ଏକ ଟିପ୍ପଣୀ ଦେଇଥିଲେ, ଯାହାକୁ ନେଇ ପରେ ବିବାଦ ଆରମ୍ଭ ହୋଇଥିଲା। ଏପରିକି ଆରବ ଦେଶଗୁଡ଼ିକ ମଧ୍ୟ ନୂପୁରଙ୍କ ଟିପ୍ପଣୀକୁ ନିନ୍ଦା କରିଥିଲେ। ଏହା ପରେ ବିଜେପି ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଥିଲା।