Odia News Portal

ରାଜ୍ୟରେ ପୁଣି ଫେରିବ କି ଲକଡାଉନ୍ ?

* ସନ୍ଧ୍ୟା ସାଢେ ୫ଟାରେ ମୁଖ୍ୟ ଶାସନ ସଚିବଙ୍କ ଜରୁରୀ ପ୍ରେସ୍ ମିଟ୍ |
*କୋଭିଡ୍ ସମ୍ପର୍କରେ ରାଜ୍ୟବାସୀଙ୍କୁ ଦେଇପାରନ୍ତି ବଡ ସୂଚନା |

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ସାଙ୍ଘାତିକ ସ୍ଥିତି ଧାରଣ କଲାଣି କରୋନା। ଆଜି ରାଜ୍ୟରେ ୨୯୮୯ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଆଜି ସନ୍ଧ୍ୟା ସାଢେ ୫ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜରୁରୀ ସାମ୍ବାଦିକ ସମ୍ମିଳନୀ କରିବେ । ଭିଡିଓ କନ୍‌ଫରେନ୍ସି ଜରିଆରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ସେ କୋଭିଡ୍ ସମ୍ପର୍କରେ ରାଜ୍ୟବାସୀଙ୍କୁ ଦେଇପାରନ୍ତି ବଡ ସୂଚନା । ଦିଲ୍ଲୀ, ଛତିଶଗଡ ସମେତ ବିଭିନ୍ନ ରାଜ୍ୟରେ ଲକଡାଉନ୍ , ସପ୍ତାହନ୍ତ କଟକଣା ଲାଗୁ ହୋଇ ଗଲାଣି । ଓଡିଶାରେ ସେହିଭଳି କିଛି କଟକଣା ଲାଗୁ ହେବ କି ? ସେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ କିଛି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି | ତେବେ ପଡୋଶୀ ଛତିଶଗଡରେ କରୋନା ଭାଇରସର ସଂକ୍ରମଣ ବଢିବାରେ ଲାଗିଛି । ଯାହାକି ଓଡିଶାର ସୀମାବର୍ତ୍ତୀ ଜିଲ୍ଲା ପାଇଁ ଚିନ୍ତାର କାରଣ ପାଲଟିଛି । ଏପରି ସ୍ଥଳେ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ ଅନେକ ଗୁରୁତ୍ୱ ବହନ କରିବ ।