ଚିଲିକାରେ ଏକ ବଡ ଅଘଟଣ ଘଟିଯାଇଥିା ସୂଚନା । ବୁଡିଲା ଗ୍ୟାସବୋଝେଇ ଟାଟା ଏସି ସହ ଡଙ୍ଗା ।ଟାଟା ଏସିରେ ୭୨ଟି ସିଲିଣ୍ଡର ରହିଥିଲା । ଗ୍ୟାସ ସିଲିଣ୍ଡର ଗୁଡିକ କୃଷ୍ଣପ୍ରସାଦରୁ ଜହ୍ନିକୁଦାରୁ ମହିସା ବ୍ରହ୍ମପୁରକୁ ଯାଉଥିଲା । ବ୍ରହ୍ମପୁର ଗାଁରେ ଏକ ଡଙ୍ଗା ଜହ୍ନିକୁଦା କାଁରେ ପହଞ୍ôଚଥିଲା । ଜହ୍ନିକୁଦା ଗ୍ୟାସ ସିଲିଣ୍ଡର ବୋଝେଇ ଗାଡିରୁ ଜେଟିରେ ରଖି ଗ୍ୟାସ ଡଙ୍ଗାକୁ ଲୋଡ କରୁଥିବା ବେଳେ ଗାଡି କୌଣସି କାରଣ ବଶତଃ ପଛକୁ ଗଡିଯାଇ ଡଙ୍ଗାଟି ପିଟି ହୋଇଥିଲା । ଫଳରେ ଭାରସ୍ୟମ ହରାଇ ଉଭୟ ଗାଡି ଓ ଡଙ୍ଗା ଚିଲିକାରେ ବୁଡି ଯାଇଥିଲା । ଡଙ୍ଗା ଓ ଗାଡି ସହ ସିଲିଣ୍ଡରକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।