Odia News Portal

ବଡ଼ଦିନ ପାଇଁ ଉତ୍ସବମୁଖର ଚର୍ଚ୍ଚ

ଆଜି ବଡ଼ଦିନ। ଖ୍ରୀଷ୍ଟ ଧର୍ମାବଲାମ୍ବୀମାନଙ୍କ ପାଇଁ ବର୍ଷସାରାର ଅନ୍ୟତମ ପବିତ୍ର ପର୍ବ। ଏ ନେଇ ସବୁଆଡ଼େ ହର୍ଷୋଲ୍ଲାସର ମାହୋଲ। ଶନିବାର ରାତିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଏଥିପାଇଁ ବ୍ରହ୍ମପୁର ମହାନଗର ହେଉ କି ଗଜପତି ବା କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳର ଚର୍ଚ୍ଚ ଚାରିଆଡ଼େ ବେଶ୍ ସାଜସଜ୍ଜା ହୋଇଛି। ଭଳିକି ଭଳି ରଙ୍ଗବେରଙ୍ଗ ଆଲୋକମାଳା ସହିତ କ୍ରୀସମାସ୍ ଟ୍ରି, ଷ୍ଟାର୍, କ୍ରିସମାସ୍ ଗୁହାଳ ଘର ଓ ବିଭିନ୍ନ ସାଜସଜ୍ଜା ସାମଗ୍ରୀ ଦ୍ୱାରା ଚର୍ଚ୍ଚାକୁ ସଜାଯାଇଛି। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଚର୍ଚ୍ଚରେ ପାଳିଛନ୍ତି ବଡ଼ ଦିନ। ପ୍ରାର୍ଥନା କରିଛନ୍ତି, ପରସ୍ପରକୁ ଶୁଭେଚ୍ଛା ଜଣାଇ କେକ୍ ଓ ମିଷ୍ଟାନ୍ନ ବାଣ୍ଟିଛନ୍ତି। ବନ୍ଧୁମିଳନରେ ସମସ୍ତେ ସମବେତ ହୋଇ ଖୁସି ମନାଇଥାନ୍ତି।