Odia News Portal

ଆଜି ୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପାନୀୟ ଜଳ ସୁବିଧା ଜନସାଧାରଣଙ୍କୁ ଉତ୍ସର୍ଗ କରିବେ । ଏହି ସୁବିଧା ଦ୍ୱାରା ସାଢ଼େ ୫ ଲକ୍ଷ ଲୋକ ଉପକୃତ ହେବେ । ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କ୍ଷେତ୍ରରେ ପୁରୀ ଭାରତର ପ୍ରଥମ ସହର ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଏହି ବ୍ୟବସ୍ଥା ଯୋଗାଇବାରେ ଦେଶର ଦ୍ୱିତୀୟ ସହର ହେବ ।

ଆଜି ଭୁବନେଶ୍ବର, କଟକ, ନିମାପଡ଼ା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ, ବ୍ୟାସନଗରରେ ମୁଖ୍ୟମନ୍ତ୍ରୀ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧାର ଲୋକାର୍ପଣ କରିବେ । ଏଥିସହ ଖୋର୍ଦ୍ଧା, ଜଟଣୀ ଓ ହିଞ୍ଜିଳିକାଟୁ ପୈ।ରାଞ୍ଚଳରେ ଏହି ବ୍ୟବସ୍ଥା ପାଇଁ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଆଜି ଦିନ ସାଢେ ୧୧ଟା ବେଳେ ଲୋକସେବା ଭବନର କନଭେନସନ ସେଣ୍ଟରରୁ ଏହି କାର୍ଯ୍ୟକ୍ରମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।