Odia News Portal

ଶ୍ରେୟାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଡ଼ିଶାର ଶ୍ରେୟା ପଟ୍ଟନାୟକ ଶତ ପ୍ରତିଶତ ମାର୍କ ଆଣିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରେୟାଙ୍କ ଏହି ଉଲ୍ଲେଖନୀୟ ସଫଳତା ସାରା ଓଡ଼ିଶାକୁ ଗର୍ବିତ କରିଛି। ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସଫଳତା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଶ୍ରେୟାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।