Odia News Portal

ଦିଲୀପ ତିର୍କିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଦିଲୀପ ତିର୍କି ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେଲାପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ହକିର ଏନ୍ତୁଡ଼ିଶାଳରୁ ଆସି ନିଜକୁ ଜଣେ ସର୍ବଶ୍ରେଷ୍ଠ ଖେଳାଳି ଭାବେ ପ୍ରମାଣିତ କରିଥିବା ଦିଲୀପ ତିର୍କି ‌ହକିକୁ ଆହୁରି ଆଗକୁ ନେଇ ସଫଳତା ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ଦିଲୀପ ତିର୍କି ହକି ଇଣ୍ଡିଆ ସଭାପତି ଭାବେ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ପାଇଁ ଜଣେ ଓଡ଼ିଆଙ୍କ ହାତରେ ରହିବ ଭାରତୀୟ ହକିର କମାଣ । ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ଭାରତୀୟ ଜାତୀୟ ଦଳର ପ୍ରାୟୋଜକ ଅଛନ୍ତି।