Odia News Portal

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ଶୁଭେଚ୍ଛା ଜଣାଇ​ଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଏକ ୩୦ ସେକେଣ୍ଡର ଭିଡିଓ ଜାରି କରାଯାଇଛି ।

ଭିଡିଓରେ ମୁଖ୍ୟମନ୍ତ୍ରୀ ପ୍ରଣାମ କରି ଜୟ ମା ସମଲେଶ୍ୱରୀ କହିଛନ୍ତି । ଆପଣମାନଙ୍କେ ସମସ୍ତଙ୍କେ ମୋର ନୂଆଁଖାଇ ଜୁହାର ବୋଲି କୋଶଳୀ ଭାଷାରେ କହିଛନ୍ତି । ମା’ ସମଲେଶ୍ୱରୀ ସମସ୍ତଙ୍କେ ଭଲରେ ରଖୁନ୍‌। ଜୁହାର, ପ୍ରଣାମ ବୋଲି କହିଛନ୍ତି ।