Odia News Portal

ଅଧିକ ଋଣ ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ, ମିଶନ ଶକ୍ତି, ଏମଏସଏମଇ କ୍ଷେତ୍ରକୁ ଋଣ ଯୋଗାଣର ସମୀକ୍ଷା କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଶନ ଶକ୍ତିକୁ ବାର୍ଷିକ 5ଶହ କୋଟି ଅଧିକ ଋଣ ଦିଆଯିବ ଭଲ ପ୍ରଦର୍ଶନକାରୀ ବ୍ୟାଙ୍କକୁ ପୁରସ୍କୃତ କରାଯିବ । ଗତ 2ମାସରେ ଅଗ୍ରାଧିକାର କ୍ଷେତ୍ରକୁ ଋଣ ଯୋଗାଣରେ ଉନ୍ନତି ହୋଇଛି । ସମ୍ବେଦନଶୀଳ ଗୋଷ୍ଠୀର ସୁରକ୍ଷା ସରକାରର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚାଷୀ, ମିଶନ ଶକ୍ତି ଓ ଗଝଗଋର ଲକ୍ଷାଧିକ ଉଦ୍ୟୋଗୀ ଋଣ ଉପରେ ନିର୍ଭରଶୀଳ ଏହାକୁ ଦୃଷ୍ଟିରେ ରଖି ଏହିସବୁ କ୍ଷେତ୍ରପାଇଁ ବଜେଟରେ ଅଧିକ ବ୍ୟୟବରାଦ ହୋଇଛି । ବିଭିନ୍ନ ଯୋଜନାରେ ଋଣ ଛାଡ କରାଯାଉଛି ।

ଗତ 2ମାସ ମଧ୍ୟରେ ମିଶନ ଶକ୍ତି ଗୋଷ୍ଠୀକୁ 1600କୋଟି ଋଣ ଦିଅାଯାଇଛି ବାର୍ଷିକ ଲକ୍ଷ୍ୟ ଠାରୁ ଏହା 500 କୋଟି ଅଧିକ ଏସ୍ଏଚଜିକୁ 3240 କୋଟିର ଋଣ ଯୋଗାଣ ଲକ୍ଷ୍ୟ ଥିଲା । ଏସ୍ଏଚଜିକୁ ଋଣ ଯୋଗାଣ ହାର 2ଲକ୍ଷକୁ ବୃଦ୍ଧି ପାଇଁ ପରାମର୍ଶ ଦିଆଯାଇଛି । ଗଞ୍ଜାମ, ବାଲେଶ୍ୱର, ନୂଆପଡା, କନ୍ଧମାଳ ଓ ଅନୁଗୁଳକୁ ଉମ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ଚାଷୀ ଆମ ରାଜ୍ୟର ମେରୁଦଣ୍ଡ ଚାଷୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଋଣ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଗତ ବର୍ଷ 20 ହଜାର କୋଟିର ଋଣ ଦିଆଯାଇଥିଲା ଚଳିତ ବର୍ଷ 20ହଜାର 606 କୋଟିର ଋଣ ଦିଆଯାଇଛି ସୁନ୍ଦରଗଡ, ସୋନପୁର, ବଲାଙ୍ଗୀର ଓ କେନ୍ଦ୍ରାପଡାକୁ ଚାଷୀ ଋଣ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେହିପରି ମାଲକାନଗିରି, ଗଜପତି, କଳାହାଣ୍ଡି ଓ ଢେଙ୍କାନାଳକୁ ଦକ୍ଷତା ବୃଦ୍ଧି ପାଇଁ ପରାମର୍ଶ ଦିଆଯାଇଛି ।

ରାଜ୍ୟର ଅର୍ଥନେତିକ ଅଭିବୃଦ୍ଧି ପାଇଁ ଏମଏସ୍ଏମଇର ଭୁମିକା ଗୁରୁତ୍ୱପୂର୍ଣ୍ଣ ଏମଏସ୍ଏମଇ କ୍ଷେତ୍ରକୁ 26ହଜାର କୋଟିରୁ ଅଧିକ ଋଣ ଦିଆଯାଇଛି । ଏ ଦିଗରେ ନୟାଗଡ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ରାୟଗଡାର ଭୂମିକାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ କେତେକ ଜାତୀୟ ଓ ସମବାୟ ବ୍ୟାଙ୍କର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି । ଉତ୍ତମ ପ୍ରଦର୍ଶନକାରୀ ବ୍ୟାଙ୍କ ବାବଦରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅବଗତ କରାଯିବ। ରାଜ୍ୟ ସରକାର ମଧ୍ୟ ଭଲ ପ୍ରଦର୍ଶନକାରୀ ବ୍ୟାଙ୍କକୁ ପୁରସ୍କୃତ କରିବେ ବ୍ୟାଙ୍କ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।