Odia News Portal

କାଲି ନବୀନଙ୍କ ପ୍ରଚାରରେ କମ୍ପିବ ପିପିଲି ଗଡ଼

*ଡେଲାଙ୍ଗ ବ୍ଲକରେ ରୁଦ୍ରଙ୍କ ପାଇଁ କରିବେ ଭୋଟ୍ ଭିକ୍ଷା |

ପିପିଲି: ପିପିଲି ଉପନିର୍ବାଚନ ତାରିଖ ଯେତେ ଅଧିକ ପାଖେଇ ଆସୁଛି,ସେତେ ଅଧିକ ସରଗରମ ହେଉଛି ପିପିଲିରେ ନିର୍ବାଚନୀ ମାହୋଲ |ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ତିନି ଦଳ | ଆସନ୍ତା କାଲି ଭର୍ଚୁଆଲରେ ପିପିଲି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ପିପିଲି ବ୍ଲକ୍ ଓ ଏନଏସି ପାଇଁ ପ୍ରଚାର କରିବେ ନବୀନ । ଏହାବ୍ୟତୀତ ଡେଲାଙ୍ଗ ବ୍ଲକରେ ରୁଦ୍ରଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ନବୀନ । ଭର୍ଚୁଆଲ ପ୍ରଚାର ପାଇଁ ପିପିଲି ବ୍ଲକର ୩ଟି ସ୍ଥାନରେ ବ୍ୟବସ୍ଥା ହୋଇଛି । ଡେଲାଙ୍ଗ ରେଞ୍ଜ, ବଡ ଆଙ୍କୁଲା ଓ ସିଙ୍ଗ ବ୍ରହ୍ମପୁରରେ କରିବେ ପ୍ରଚାର ।