Odia News Portal

କୁମ୍ଭୀର ଗଣନା ପାଇଁ ଜାନୁଆରୀ ୪ରୁ ବନ୍ଦ ରହିବ ଭିତରକନିକା

ଜାନୁଆରୀ ୪ରୁ ୧୪ ତାରିଖ ଯାଏଁ ପର୍ଯ୍ଯଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା। ଗତ ଗଣନାରେ ଭିତରକନିକାରେ ୧୭ ଶହ ୮୪ କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଥିଲା । କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ଏଥର କୁମ୍ଭୀର ଗଣନା କରାଯିବ। ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।