ଗତ କିଛି ଦିନ ଧରି ଚୀନରେ ବଢିଚାଲିଛି କୋରୋନା ମାମଲା । ଏହି ଘାତକ ଭାଇରସ ଧୀରେଧୀରେ ପୁଣି ଅନ୍ୟ ଦେଶକୁ ବ୍ୟାପୁଥିବା ବେଳେ ସତର୍କତା ଅବଲମ୍ବନ କରିଛି ଭାରତ । ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତାଜମହଲକୁ ଜାରି ହୋଇଛି ଆଲର୍ଟ । ତେବେ କୋରୋନା ଯାଞ୍ଚ ବିନା ତାଜମହଲକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ସୂଚନା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଗୋଟିଏ ତାଜ ମହଲ । ଏଠାକୁ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ପ୍ରତିଦିନ ଭ୍ରମଣ ପାଇଁ ଆସିଥାନ୍ତି । ଚୀନରେ କୋରୋନା ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ତାଜ ମହଲକୁ ମଧ୍ୟ ଆଲର୍ଟ କରାଯାଇଛି । ଯେଉଁ ପର୍ଯ୍ୟଟକ ତାଜମହଲକୁ ଆସିବା ପୂର୍ବରୁ କୋରୋନା ଟେଷ୍ଟ କରିନଥିବେ ସେମାନଙ୍କୁ ତାଜମହଲ ମଧ୍ୟକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଅନୀଲ ସତସଙ୍ଗି କହିଛନ୍ତି, ” କୋରୋନା ନୂଆ ଭାରିଏଣ୍ଟ ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲାରେ ଟେଷ୍ଟିଂ ଆରମ୍ଭ ହୋଇସାରିଛି । ଏବେ ଆଲର୍ଟ ଜାରି କରିବା ପରେ ଟେଷ୍ଟିଂକୁ ବାଧ୍ୟତାମୂଳକ କରାଯିବ ।