Odia News Portal

ୟୁରୋପରେ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ

ୟୁରୋପରେ ବ୍ୟାପୁଛି କୋରୋନା ।୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧,୮୦,୦୦୦ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଅନୁସାରେ, ଫ୍ରାନ୍ସ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧,୭୯,୮୦୯ କୋଭିଡ୍-୧୯ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି।
ଆଜି ଫ୍ରାନ୍ସ୍ ସ୍ବାସ୍ଥ୍ୟମନ୍ତ୍ରୀ ପୂର୍ବାନୁମାନ କରିଛନ୍ତି ଯେ, ଡିସେମ୍ବର ଶେଷ ସୁଦ୍ଧା ଦେଶରେ‘ ଓମିକ୍ରନ୍ କରୋନାଭାଇରସ୍ ଷ୍ଟେନ୍’ ସାଧାରଣ ଘଟଣା ହୋଇଯିବ।
ସେହି ପରି ସୋମବାର ସୁଦ୍ଧା ଫ୍ରାନ୍ସ୍ରେ ୭୭% ଲୋକ କୋଭିଡ୍-୧୯ ଟିକା ନେଇସାରିଛନ୍ତି।ସେହିପରି, ଇଂଲଣ୍ଡ୍ରେ ମଧ୍ୟ ୧,୨୯,୪୭୧ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ କରିଛି, ଯାହା ଏଯାବତ୍ ସେ ଦେଶରେ ଦୈନିକ ସଂକ୍ରମଣସ୍ତରର ରେକର୍ଡ। ଟିକା ନେବା ପାଇଁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଅନୁରୋଧ କରିବା ପରେ ଏତେ ସଂଖ୍ୟକ ସଂକ୍ରମଣ ରିପୋର୍ଟ କରାଯାଇଛି।
ଏହାଛଡ଼ା, ଇଟାଲି ମଧ୍ୟ ସଂକ୍ରମଣ ବୃଦ୍ଧି କ୍ଷେତ୍ରରେ ବହୁତ ଆଗରେ । ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୭୮,୩୦୦ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବ ଦିନ ସଂକ୍ରମଣ ସଂଖ୍ୟା ଠାରୁ ଏହା ଦୁଇଗଣ।