କରୋନା କବଳରେ ଚୀନ । ଏବେ ବି ଚୀନରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ଚୀନରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଚୀନର ଜଣେ ବୈଜ୍ଞାନିକ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଗାମୀ ଦୁଇ ତିନି ମାସ ମଧ୍ୟରେ ଚାଇନାରେ କାରୋନା ସଂକ୍ରମଣ କମିବା ସମ୍ଭାବନା ରହିଛି । କାରଣ ବର୍ତ୍ତମାନ ଚୀନରେ ପ୍ରାୟ ୮୦% ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।
ତେଣୁ ସଂକ୍ରମଣ ଆଗକୁ ବଢ଼ିନପାରେ ବୋଲି ଅନୁମାନ କରାଯାଉଛି । ଚୀନ ସରକାରଙ୍କ ତଥ୍ୟ ଅନୁସାରେ ଚଳିତ ମାସ ଅର୍ଥାତ୍ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚୀନରେ କରୋନା ଯୋଗୁଁ ୬୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ତଥ୍ୟ ପ୍ରଦାନ କରିଛି ଚୀନ । ଜିରୋ କୋଭଡ ନୀତି ପ୍ରତ୍ୟାହାର କାରଣରୁ ଏପରି ପରିସ୍ଥିତି ହୋଇଥିବା ଚୀନ ଦର୍ଶାଇଛି ।
