Odia News Portal

୨୭ରେ ବିଧାୟକଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର() ବିଧାନସଭା ଅଧିବେଶନ ନେଇ ଗାଇଡଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ । ବିଧାୟକଙ୍କ ପିଏସଓ, ଡ୍ରାଇଭରଙ୍କର ମଧ୍ୟ କୋଭିଡ ଟେଷ୍ଟ ହେବ ।୨୭ ଓ ୨୮ ତାରିଖରେ ଦୁଇ ଦିନ ଧରି କୋଭିଡ ଟେଷ୍ଟ ହେବ । ସକାଳ ସାଢେ ୭ଟାରୁ ୯ଟା ଯାଏଁ ଟେଷ୍ଟ ହେବ । ଅକ୍ଟୋବର ୪ରେ ପୁଣି ସେମାନେ କୋଭିଡ ଟେଷ୍ଟ କରାଇପାରିବେ । ଅଧିବେଶନ ବେଳେ ଅସୁସ୍ଥ ଅନୁଭବ କଲେ ଆଣ୍ଟିଜେନ ଟେଷ୍ଟ କରିପାରିବେ ବିଧାୟକ ।