Odia News Portal

ସବୁ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ, ରାଉରକେଲା ସରକାରୀ ହସ୍‌ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ଡାକ୍ତରଖାନାଗୁଡ଼ିକରେ ଡିସେମ୍ବର ୨୭ ତାରିଖରେ ମକ୍‌ଡ୍ରିଲ୍‌ ହେବ। ସବୁ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ରାଜ୍ୟରେ କୋଭିଡ ମୁକାବିଲା ନେଇ ଭିସିରେ ଉଚ୍ଚସ୍ତରୀୟ ବୈଠକ ପରେ ଶ୍ରୀ ମିଶ୍ର କହିଛନ୍ତି ଯେ, କୋଭିଡ ମୁକାବିଲା ନେଇ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି।

ସୂଚନାଯୋଗ୍ୟ, ବିଦେଶରେ (ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍‌, ଜର୍ମାନି ଓ ଚୀନ୍‌) କରୋନା ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଖୁବ୍‌ ଶୀଘ୍ର ବ୍ୟାପୁଥିବା ‌ବେଳ ରାଜ୍ୟ ସରକାର ଏ ସଂପର୍କରେ ଅବଗତ ହୋଇ ଜନସାଧାରଣଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଗତ ୨୩ ତାରିଖରେ ଲୋକସେବା ଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ଲକ୍ଷଣ ଦେଖାଗଲେ ଗୃହରେ ଅନ୍ୟମାନଙ୍କ ଠାରୁ ଅଲଗା ରହିବା ଏବଂ ସର୍ବସାଧାରଣସ୍ଥଳରେ ଛେପ ନ ପକାଇବା ପାଇଁ ପରାମର୍ଶ ‌ଦେଇଥିଲେ।