ଦୁଇ ତିନି ଦିନ ଭିତରେ ରାଜ୍ୟରୁ ସରିଯିବ କୋଭିସିଲ୍ଡ ଟିକା । ସବୁ ଜିଲ୍ଲାରେ କମ୍ ସଂଖ୍ୟକ କୋଭିସିଲ୍ଡ ଟିକା ରହିଛି । ରାଜ୍ୟରେ ଏବେ ମାତ୍ର ୨ ଲକ୍ଷ ୨୧ ହଜାର ଡୋଜ୍ କୋଭିସିଲ୍ଡ ରହିଛି । ପୂର୍ବରୁ ସବୁ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଥିଲା । ତେଣୁ ପ୍ରିକସନ ଡୋଜ ପାଇଁ ଅଧିକ କୋଭିସିଲ୍ଡ ଦରକାର ହେଉଛି । ଧୀରେ ଧୀରେ କୋଭିସିଲ୍ଡ ଟିକା ସରିଆସିଲାଣି ।
କିନ୍ତୁ ରାଜ୍ୟରେ ପ୍ରାୟ ୭ ଲକ୍ଷ ଡୋଜ କୋଭାକ୍ସିନ ଟିକା ମହଜୁଦ ଅଛି । ତେଣୁ ପର୍ଯ୍ୟାପ୍ତ ପରିମାଣର କୋଭିସିଲ୍ଡ ଓ କୋଭାକ୍ସିନ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି । ଠିକ୍ ସମୟରେ ଟିକା ଯୋଗାଇଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮ ରୁ ୫୯ ବର୍ଷ ବୟସ ବର୍ଗରେ ୪ ଲକ୍ଷ ୩୬ ହଜାର ଲୋକ ପ୍ରିକସନ ଡୋଜ୍ ଟିକା ନେଇସାରିଛନ୍ତି ।
