ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ରେ ପୁଣି ଏକ ରୋମାଞ୍ଚ ଭରା ମ୍ୟାଚ୍। ତୃତୀୟ ମ୍ୟାଚ୍ ଭଳି ଚତୁର୍ଥ ମ୍ୟାଚ୍ ବି ସୁପର ଓଭର୍ରେ ଫଇସଲା ହେଲା । ସୁପର ଓଭର୍ରେ ନ୍ୟୁଜିଲାଣ୍ଡ ୧୩ ରନ୍ କରିଥିଲା । ଜବାବ ଦେବାକୁ ଆସିଥିଲେ କେ.ଏଲ୍ ରାହୁଲ ଓ ଅଧିନାୟକ ବିରାଟ କୋହଲି । ପ୍ରଥମ ବଲ୍କୁ ରାହୁଲ ଛକା ମାରିଥିଲେ ଏବଂ ଦ୍ୱିତୀୟ ବଲ୍ରେ ଚୌକା ମାରିଲେ । ତେବେ ତୃତୀୟ ବଲ୍ରେ ଆଉଟ୍ ହୋଇଗଲେ । ଚତୁର୍ଥ ବଲ୍ର ସାମନା କରିଥିଲେ ବିରାଟ । ସେ ଏଥିରେ ୨ ରନ୍ ନେଇଥିଲେ ।
ଶେଷ ୨ ବଲ୍ରେ ୨ ରନ୍ ଦରକାର ଥିଲା । ବିରାଟ ଚୌକା ମାରି ଦଳକୁ ଜିତାଇ ଦେଇଥିଲେ । ବର୍ତ୍ତମାନ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ୪-୦ରେ ଆଗୁଆ ରହିଛି ।
ମ୍ୟାଚ୍ର ନିର୍ଦ୍ଧାରିତ ଓଭର୍ର ଶେଷ ବଲ୍ରେ ଜିତିବା ପାଇଁ ଘରୋଇ ନ୍ୟୁଜିଲାଣ୍ଡକୁ ଦରକାର ଥିଲା ୨ ରନ୍ । ହେଲେ ସାଣ୍ଟର ଓ କୁଗଲିଏନ୍ ଗୋଟିଏ ରନ୍ ନେଇ ଦଳକୁ ୧୬୫ ରନ୍ରେ ପହଞ୍ଚାଇବା ପରେ ସାଣ୍ଟନର୍ଙ୍କୁ ଓ୍ଵିକେଟ୍ କିପର ରାହୁଲ ରନ୍ଆଉଟ୍ କରି ଦେଇଥିଲେ ।
ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ୮ ଓ୍ଵିକେଟ୍ରେ ୧୬୫ ରନ୍ କରିଥିଲା । ଦଳ ପକ୍ଷରୁ କେ.ଏଲ୍ ରାହୁଲ ୩୯ ରନ୍ (୩ ଚୌକା ଓ ୨ ଛକା), ମନୀଷ ପାଣ୍ଡେ ଅପରାଜିତ ରହି ସର୍ବାଧିକ ୫୦ ରନ୍ (୩୬ ବଲ୍ଏ ୩ ଚୌକା) କରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ଶୋଧି ୩ଟି ଏବଂ ବେନେଟ ୨ଟି ଓ୍ଵିକେଟ୍ ଦଖଲ କରିଥିଲେ ।