Odia News Portal

ଓକିଲ ଆନ୍ଦୋଳନକୁ ନେଇ ଡିଜିପିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା:ନେଲେ ବଡ ନିଷ୍ପତ୍ତି

 ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଜୋର ଧରିଛି ଓକିଲ ସଂଗଠନର ପ୍ରତିବାଦ ଏବଂ ଧାରଣା । ଯାହାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ପୋଲିସ ଡିଜି ଏବଂ ଆଇଜିଙ୍କ ଉପରେ କୋର୍ଟ ଅସନ୍ତୋଷ ଏବଂ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ଏହି ଆନ୍ଦୋଳନକୁ ପ୍ରତିହତ କରିବାରେ ପୋଲିସ ଫେଲ ମାରିଥିବା ନେଇ କୋର୍ଟ ପ୍ରକାଶ କରିଛନ୍ତି ।

ତେଣୁ ଏ ନେଇ ଉଭୟ ଡିଜି ଏବଂ ଆଇଜିଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ଆସନ୍ତା ବୁଧବାର ଉଭୟ ଅଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏହାସହିତ କୋର୍ଟ କହିଛନ୍ତି ଯେ, ଯଦି ଓଡିଶା ପୋଲିସ ଏହାକୁ ଆୟତ୍ତ କରି ନ ପାରୁଛି ତେବେ ଆଗକୁ ଜଣାନ୍ତୁ । ଏହି ଆନ୍ଦୋଳନ ପ୍ରତିହତ କରିବା ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବୁ ବୋଲି ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି ।

ଓକିଲ ଆନ୍ଦୋଳନକୁ ନେଇ ପୂର୍ବରୁ ମାନ୍ୟବର ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଜାରି କରିଥିଲେ । ଆବଶ୍ୟକ ହେଲେ ଧାରଣାରେ ବସିଥିବା ଓକିଲଙ୍କୁ ଗିରଫ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହା ପରେ ମଧ୍ୟ ଓକିଲ ଆନ୍ଦୋଳନ ଥମିବାର ନାଁ ନେଉନି । ତେଣୁ ଓଡିଶା ପୋଲିସ ଏବଂ ଏହାର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇ ଏପରି ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ ।