Odia News Portal

ବିଜୟଧାରାକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ : କ୍ରମାଗତ ଦୁଇଟି ମ୍ୟାଚ୍ ହାରିବା ପରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଜି ବିଜୟଧାରାକୁ ଫେରିଛି । ଆଜି ଆଇପିଏଲ୍ ଦୁଇଟି ମ୍ୟାଚ୍ରୁ ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ।କ୍ୱିଣ୍ଟନ୍ ଡି’କକ୍ ଓ କୃନାଲ୍ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଅ ।ନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ।ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୪ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା ।ଜବାବରେ ମୁମ୍ବାଇ ୧୮.୩ ଓଭରରେ ୩ ୱିକେଟ୍ ହରାଇ ୧୭୨ ରନ୍ କରି ବିଜୟୀ ହୋଇଛି । ଏହି ବିଜୟ ସହ ମୁମ୍ବାଇ ୬ ମ୍ୟାଚରୁ ୩ ବିଜୟ ହାସଲ କରିଛି । ସେହିପରି ରାଜସ୍ଥାନ ୬ ମ୍ୟାଚରୁ ୨ଟି ବିଜୟୀ ହୋଇଛି ।

ମୁମ୍ବାଇ ପକ୍ଷରୁ ଡି’କକ୍ ସର୍ବାଧିକ ୭୦ (୫୦ ବଲ୍, ୬ ଚୌକା, ୨ ଛକା) ରନ୍ କରିଥିବା ବେଳେ କୃନାଲ୍ ମଧ୍ୟ ୩୯ (୨୬ ବଲ୍, ୨ ଚୌକା, ୨ ଛକା) ରନର ଉପଯୋଗୀ ଇନିଂସ୍ ଖେଳି ମୁମ୍ବାଇକୁ ବିଜୟୀ କରାଇଛନ୍ତି । ତେବେ କ୍ୟାପଟେନ୍ ରୋହିତ ଶର୍ମା ନିରାଶ କରିଛନ୍ତି । ରାଜସ୍ଥାନ ପକ୍ଷରୁ କ୍ରିସ୍ ମୋରିସଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବୋଲର ମୁମ୍ବାଇ ବ୍ୟାଟିଂରେ ଅଙ୍କୁଶ ଲଗାଇପାରି ନାହାନ୍ତି ।

ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଦୁଇ ଓପ୍ନର ଜୋସ୍ ବଟଲର୍ ଓ ଯଶସ୍ୱୀ ଜୈସୱାଲ୍ ଭଲ ଅ ।ରମ୍ଭ କରିଥିଲେ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୬ ରନର ପାର୍ଟନରଶିପ୍ କରିଥିଲେ ।ତେବେ ବଟଲର୍ ୪୧ (୩୨ ବଲ୍, ୩ ଚୌକା ଓ ୩ ଛକା) ରନ୍ କରିଥିବା ବେରେ ସ୍ପିନର୍ ରାହୁଲ୍ ଚହରଙ୍କ ବଲରେ ୱିକେଟ କିପର କ୍ୱିଣ୍ଟନ୍ ଡି’କକଙ୍କ ଦ୍ୱାରା ଷ୍ଟମ୍ପ୍ ଅ ।ଉଟ୍ ହୋଇଥିଲେ । ଜୈସୱାଲ୍ ମଧ୍ୟ ଭଲ ଅ ।ରମ୍ଭ କରିବା ସତ୍ତ୍ୱେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଜୈସୱାଲ୍ ମାତ୍ର ୨୦ ବଲରେ ୨ ଚୌକା ଓ ୨ ଛକା ବଳରେ ୩୨ ରନ୍ କରି ଚହରଙ୍କ ଶିକାର ହୋଇଥିଲେ ।
କ୍ୟାପଟେନ୍ ସାମସନ୍ ଓ ଶିବମ୍ ଦୁବେ ଟିମ୍ ପାଇଁ ଉପଯୋଗୀ ରନ୍ ଯୋଡ଼ିଥିଲେ । ସାମସନ୍ ଓ ଦୁବେଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୫୭ ରନର ଭାଗିଦାରୀ ହୋଇଥିଲା । ତେବେ ସାମସନ୍ ୪୨ (୨୭ ବଲ୍, ୫ ଚୌକା) ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ତାଙ୍କୁ ମୁମ୍ବାଇ ସ୍ପୀଡ୍ ଷ୍ଟାର୍ ଟ୍ରେଣ୍ଟ ବୋଲ୍ଟ କ୍ଲିନ୍ ବୋଲ୍ଡ କରିଥିଲେ । ଏହା ପରେ ଦୁବେ (୩୫)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଯଶପ୍ରୀତ ବୁମରା । ଦୁହିଁଙ୍କ ଅ ।ଉଟ୍ ପରେ ଦଳର ରନ୍ ଗତି ସାମାନ୍ୟ ହ୍ରାସ ପାଇଥିଲା । ରିୟାନ ପରାଗ ୮ ଓ ଡେଭିଡ୍ ମିଲର୍ ୭ ରନ୍ କରି ଅପରାଜିତ ଥିଲେ । ମୁମ୍ବାଇ ପକ୍ଷରୁ ରାହୁଲ୍ ଚହର୍ ୨ଟି, ବୋଲ୍ଟ ଓ ବୁମରା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

୧୭୨ ରନର ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇର ଦୁଇ ଓପନର ରୋହିତ ଓ ଡି’କକ୍ ପ୍ରଥମ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ିଥିଲେ । ରୋହିତ ୧୪ ରନ୍ କରି ମୋରିସଙ୍କ ଶିକାର ହୋଇଥିଲେ ।ତାଙ୍କ ସ୍ଥାନରେ ଅ ।ସିଥିବା ସୂର୍ଯ୍ୟକୁମାର ଯାଦବ (୧୬) ଭଲ ଅ ।ରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ । ତେବେ ଡି’କକ୍ ଓ କୃନାଲ୍ ୬୩ ରନର ଭାଗିଦାରୀ କରି ମୁମ୍ବାଇର ବିଜୟକୁ ସହଜ କରି ଦେଇଥିଲେ । ଏହା ପରେ କାଇରନ୍ ପୋଲାର୍ଡ ବ୍ୟାଟିଂ କରିବାକୁ ଦ୍ରୁତ ରନ୍ କରି ମୁମ୍ବାଇକୁ ଜିତାଇଥିଲେ । ପୋଲାର୍ଡ ୮ ବଲରେ ୨ ଚୌକା ଓ ୧ ଛକା ସହ ୧୬ ରନ୍ କରିଥିଲେ । ରାଜସ୍ଥାନ ପକ୍ଷରୁ ମୋରିସ୍ ୨ଟି ଓ ମୁସ୍ତାଫିଜୁର ରେହମାନ୍ ଗୋଟିଏ ସଫଳତା ହାସଲ କରିଥିଲେ ।