Odia News Portal

ଦିଲ୍ଲୀ ବିମାନବନ୍ଦରରେ ନିୟୋଜିତ ହେବେ ସରକାରୀ ସ୍କୁଲ୍ ଶିକ୍ଷକ

କୋଭିଡ ମୁକାବିଲା ପାଇଁ ବିମାନବନ୍ଦରରେ ନିୟୋଜିତ ହେବେ ସରକାରୀ ସ୍କୁଲ୍ ଶିକ୍ଷକ । ଦିଲ୍ଲୀ ସରକାର ନେଇଛନ୍ତି ଏପରି ନିଷ୍ପତ୍ତି । ସମ୍ପ୍ରତ୍ତି ଚୀନରେ କୋଭିଡର ଦ୍ରୁତ ସଂକ୍ରମଣ କାରଣରୁ ଆଗୁଆ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ଏହି କ୍ରମରେ ଜାତୀୟ ରାଜଧୀନ ଦିଲ୍ଲୀକୁ ବିମାନ ଯୋଗେ ଆସୁଥିବା ଯାତ୍ରୀଙ୍କ ଉପଯୁକ୍ତ କୋଭିଡ ଆଚରଣ ଉପରେ ନଜର ରଖିବାକୁ ଶିକ୍ଷକଙ୍କୁ ବିମାନବନ୍ଦରରେ ନିୟୋଜିତ କରିବେ ଦିଲ୍ଲୀ ସରକାର। ଖବର ଅନୁସାରେ ୧୫ ଦିନ ପାଇଁ ବିମାନବନ୍ଦରରେ ନିୟୋଜିତ ହେବେ ସରକାରୀ ଶିକ୍ଷକ । ଡିସେମ୍ବର ୩୧ରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ ଅତିରିକ୍ତ କର୍ମଚାରୀ ଭାବରେ ନିୟୋଜିତ କରାଯିବ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ମାଜିଷ୍ଟ୍ରେଟ୍, କୋଭିଡ୍ ପ୍ରୋଟୋକଲ୍ ନିଶ୍ଚିତ କରିବାକୁ ବିମାନବନ୍ଦରରେ ଅତିରିକ୍ତ କର୍ମଚାରୀ ଭାବରେ ନିୟୋଜିତ ହେବା ପାଇଁ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ, ମୋଟ ୮୫ କର୍ମଚାରୀ, ଯେଉଁଥିରେ ଉଭୟ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଅନ୍ତର୍ଭୁକ୍ତ । ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ କୋଭିଡ୍ ନିୟମ ମାନିବାରେ ଦେଖା-ଚାହାଁ କରିବାରକୁ କୁହାଯାଇଛି । ସେପଟେ ଶୀତକାଳୀନ ଛୁଟି କାରଣରୁ ଜାନୁଆରୀ ୧ରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । ଏହି ସମୟରେ ବିମାନବନ୍ଦରରେ ନିଯୁକ୍ତ ରହିବେ ଶିକ୍ଷକ ।